ବିଜେପିରେ ସାମିଲ ହେଲେ ରୂପାଲି ଗାଙ୍ଗୁଲି

0

ନୂଆଦିଲ୍ଲୀ (ଆମ ଟିଭି):  ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି । ରୂପାଲି ବିଜେପିରେ ସାମିଲ ହୋଇଛନ୍ତି । ଲୋକପ୍ରିୟ ସିରିଏଲ ଅନୁପମାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ରୂପାଲି ଗାଙ୍ଗୁଲି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ରୂପାଲି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।

ବିଜେପିରେ ସାମିଲ ହେବା ସହ ରୂପାଲି କହିଛନ୍ତି, ବିକାଶର ମହାଯଜ୍ଞ ଦେଖିବା ପରେ ମୋତେ ଅନୁଭବ ହେଲା ଯେ ଏଥିରେ ସାମିଲ ହେବା ଆବଶ୍ୟକ । ମୋତେ ସମସ୍ତଙ୍କର ଆଶୀର୍ବାଦ ଆବଶ୍ୟକ । ଯାହା ବି କରିବି ତାହା ଠିକ୍ ଓ ଭଲ ହେଉ ବୋଲି ରୂପାଲି କହିଛନ୍ତି ।

Leave A Reply

Your email address will not be published.