ଏୟାରଲିଫ୍ଟରେ ମୁମ୍ବାଇ ହସ୍ପିଟାଲ ଗଲେ ଋଷଭ ପନ୍ତ

0

ମୁମ୍ବାଇ: ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ଦୁର୍ଘଟଣା ପରଠାରୁ ପନ୍ତ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କୁ ବିସିସିଆଇ ପକ୍ଷରୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିଛି। ତଥାପି ମୁମ୍ବାଇ ହସ୍ପିଟାଲରେ ତାଙ୍କର ଲିଗାମେଣ୍ଟ ସମସ୍ୟାର ଅସ୍ତ୍ରୋପଚାର ହେବ। ସେହିପରି ଦରକାର ପଡ଼ିଲେ ବିସିସିଆଇ ଅଧିକ ଚିକିତ୍ସା ପାଇଁ ପନ୍ତଙ୍କୁ ବ୍ରିଟେନ ମଧ୍ୟ ପଠାଇବ ବୋଲି ଜଣାପଡ଼ିଛି।

ଡିସେମ୍ବର ୩୦ ପରଠାରୁ ଆଜି ଯାଏ ପନ୍ତ ମାକ୍ସ ହସ୍ପିଟାଲରେ ଥିବା ବେଳେ ଉତ୍ତରାଖଣ୍ଡ ସରକାର ତାଙ୍କର ଚିକିତ୍ସା କରୁଥିଲେ। ଏବେ ବିସିସିଆଇ ପନ୍ତଙ୍କ ଚିକିତ୍ସା ଦାୟିତ୍ୱ ନେଇଛି। ସେ ମୁମ୍ବାଇରେ ପହଞ୍ଚିବା ପରେ ବିସିସିଆଇର ମେଡିକାଲ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି।

Leave A Reply

Your email address will not be published.