ନିରାଶ ହେବେ କି ଋଷି ସୁନକ: ଲିଜ୍ ଟ୍ରସ ହୋଇପାରନ୍ତି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ
(ଆମ ଟିଭି ବ୍ୟୁରୋ): ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ତାକୁ ନେଇ ଏବେ ସସପେନ୍ସ ଲାଗି ରହିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ରେସରେ ପ୍ରଥମେ ଅଛନ୍ତି ଋଷି ସୁନକ। ଭାରତୀ ବଂଶୋଦ୍ଭବ ସୁନକଙ୍କୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ହିସାବରେ ପ୍ରବଳ ଦାବିଦାର କୁହାଯାଉଥିଲା। ଏ ପର୍ଯ୍ୟନ୍ତ ହୋଇଥିବା ଭୋଟିଂରେ ସୁନକ ନିଜକୁ ମଧ୍ୟ ସାବ୍ୟସ୍ତ କରିଛନ୍ତି। ମାତ୍ର ଏବେ ଲାଗୁଛି ସୁନକଙ୍କ ସ୍ଵପ୍ନ ପୂରଣ ହେବ କି ନାହିଁ। ଏକ ନୂତନ ସର୍ଭେରେ ବୈଦେଶିକ ସଚିବ ଲିଜ୍ ଟ୍ରସ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଦୌଡରେ ଋଷି ସୁନକଙ୍କଠୁ ୨୮ ଭୋଟ୍ ଅଗ୍ରଣୀ ହାସଲ କରିଛନ୍ତି।
ଣକ୍ଟଙ୍କଏକ୍ଟଙ୍ଖ ଏକ ପ୍ରମୁଖ ବ୍ରିଟିଶ ଅନ୍ତର୍ଜାତୀୟ ଇଣ୍ଟରନେଟ୍ ଆଧାରିତ ମାର୍କେଟ୍ ରିସର୍ଚ୍ଚ ଏବଂ ଡାଟା ଆନାଲିଷ୍ଟ ଫର୍ମ। ଣକ୍ଟଙ୍କଏକ୍ଟଙ୍ଖର ସର୍ଭେ ଅନୁଯାୟୀ, ଗୁରୁବାର କଞ୍ଜରଭେଟିଭ୍ ପାର୍ଟିର ସଦସ୍ୟ ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ ଚୟନ ପାଇଁ ଶେଷ ପର୍ଯ୍ୟାୟ ଭୋଟିଂ କରିଥିଲା। ଜନସନଙ୍କ ସରକାରରେ ଅର୍ଥ ମନ୍ତ୍ରୀ ରହିଥିବା ଋଷି ସୁନକଙ୍କ ପାଇଁ ପ୍ରଧାନମନ୍ତ୍ରୀ ହେବା ରାସ୍ତା ଏଥିପାଇଁ ସହଜ ନୁହେଁ କାରଣ ଏବେ ତାଙ୍କୁ ଟୋରି ସଦସ୍ୟଙ୍କ ମଧ୍ୟରେ ବହୁତ କଠିନ ମତଦାନର ସାମ୍ନା କରିବାକୁ ପଡିବ। ଅନ୍ୟପଟେ ଲିଜ୍ ଟ୍ରସଙ୍କୁ ପୂର୍ବରୁ ବୋରିସ୍ ଜନସନଙ୍କ ସମର୍ଥନ ହାସଲ ହୋଇଛି। ତେଣୁ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେଉଛି, ତାହା ଉପରେ ସମସ୍ତଙ୍କର ରହିଛି ନଜର ।