ଋଷ- ୟୁକ୍ରେନ ଯୁଦ୍ଧ ୫୦୦ ଦିନରେ ପହଞ୍ଚିଲା

0

ନୂଆଦିଲ୍ଲୀ (ଆମ ଟିଭି): ଗତ ବର୍ଷ ଫେବ୍ରୁଆରି ୨୪ରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଇତି ମଧ୍ୟରେ ୫୦୦ ଦିନରେ ପହଞ୍ଚିଛି । ଏହା ସତ୍ତ୍ବେ ଏହି ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର କୌଣସି ଆଶା ଦେଖାଯାଉନାହିଁ । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୯ ହଜାର ଲୋକ ପ୍ରାଣ ହରାଇସାରିଲେଣି ଓ ଲକ୍ଷ ଲକ୍ଷ ଲୋକ ଆହତ, ବାସହୀନ, ଜୀବିକାହୀନ ହୋଇଯାଇଛନ୍ତି । ସବୁଠାରୁ ହୃଦୟ ବିଦାରକ କଥା ହେଉଛି ମୃତକଙ୍କ ମଧ୍ୟରେ ପ୍ରାୟ ୫୦୦ ଶିଶୁ ଅଛନ୍ତି ।

ୟୁକ୍ରେନରେ ରୁଷ୍ ର ଯୁଦ୍ଧ ଯୋଗୁଁ ହୋଇଥିବା ବେସାମରିକ କ୍ଷୟକ୍ଷତିକୁ ଜାତିସଂଘ ନିନ୍ଦା କରିଛି। ଜାତିସଂଘ କହିଛି ଯେ ଲଢ଼େଇ ୫୦୦ ଦିନରୁ ଅଧିକ ସମୟ ବିତିଗଲାଣି ଏବଂ ସଂଘର୍ଷର କୌଣସି ଅନ୍ତ ଦେଖାଯାଉନାହିଁ। ୟୁକ୍ରେନରେ ଜାତିସଂଘ ମାନବାଧିକାର ମନିଟରିଂ ମିଶନ (ଏଚଆରଏମଏମୟୁ) ଶୁକ୍ରବାର ଏକ ବିବୃତିରେ କହିଛି ଯେ ୨୦୨୨ ଫେବ୍ରୁଆରି ୨୪ ରେ ରୁଷିଆର ଆକ୍ରମଣ ପରେ ୫୦୦ ଶିଶୁଙ୍କ ସମେତ ୯୦୦୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି

Leave A Reply

Your email address will not be published.