ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଣି ଋଷର ସମର୍ଥନ
ନୂଆଦିଲ୍ଲୀ(ଆମ ଟିଭି): ଜାତିସଙ୍ଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଋଷର ସମର୍ଥନ । ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ କହିଛନ୍ତି, ମୋର ମନେହୁଏ, ସମ୍ପ୍ରତି ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ସମ୍ଭବତଃ ଭାରତ ସବୁଠୁ ଅଗ୍ରଣୀ। ଅବିଳମ୍ବେ ଯେକୌଣସି ଦେଶ ଅପେକ୍ଷା ତା’ର ଜନସଂଖ୍ୟା ସବୁଠୁ ଅଧିକ ହୋଇଯିବ। ଭାରତର ଅନେକ ପ୍ରକାରର ସମସ୍ୟାର ସମାଧାନ କରିବାର କୂଟନୈତିକ ଅଭିଜ୍ଞତା ଥିବା ସହିତ ନିଜ ଅଞ୍ଚଳରେ କର୍ତ୍ତୃତ୍ବ ଏବଂ ଖ୍ୟାତି ରହିଛି।
ସେ ଆହୁରି ମଧ୍ୟ କହିଛନ୍ତି, ‘ସାଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ ମଧ୍ୟରେ ଦକ୍ଷିଣ ଏସିଆରେ ଥିବା ‘ଇଣ୍ଟିଗ୍ରେସନ୍ ଷ୍ଟ୍ରକ୍ଚର୍’ରେ ଭାରତ ହେଉଛି ଗୋଟାଏ ଅଂଶ। ଜାତିସଂଘରେ ବି ଭାରତ ସକ୍ରିୟ ଭୂମିକା ଗ୍ରହଣ କରିଛି। ‘ମଲ୍ଟି ପୋଲାର୍ ୱାର୍ଲଡ୍’ ଗଠନ କରିବାରେ ଭାରତ କର୍ଣ୍ଣଧାର ଏବଂ ଏକ ପ୍ରମୁଖ ଦେଶ ମଧ୍ୟ।