ୟୁକ୍ରେନର ବିଭିନ୍ନ ସହରରେ ୭୦ରୁ ଅଧିକ ମିସାଇଲ ମାଡ଼ କଲା ଋଷ

0

ନୂଆଦିଲ୍ଲୀ(ଆମ ଟିଭି): ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଏହାରି ଭିତରେ ଋଷ ୟୁକ୍ରନ୍ ଉପରେ ଘନ ଘନ ଆକ୍ରମଣ କରିଚାଲିଛି । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଭୟାନକ ଆକ୍ରମଣ । ଯୁଦ୍ଧ ଆରମ୍ଭରୁ ଆଜିଯାଏ ହୋଇଥିବା ଆକ୍ରମଣ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଓ ଭୟାନକ ବୋଲି ସୂଚନା ମିଳିଛି । ୟୁକ୍ରେନର ବିଭିନ୍ନ ସହରରେ ୭୦ରୁ ଅଧିକ ମିସାଇଲ ହିଟ୍ କରିଛି ଋଷ । ସାରା ଦେଶରେ ଜରୁରୀ ବ୍ଲାକ ଆଉଟ ଘୋଷଣା କରିବା ଲାଗି ୟୁକ୍ରେନକୁ ବାଧ୍ୟ କରିବା ସକାଶେ ଏହି ହମଲା ହୋଇଛି ।

ରାଜଧାନୀ କିବରେ ବି ଜଳ ଓ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ପ୍ରବଳ ଶୀତ ମଧ୍ୟରେ ଏହି ହମଲା ୟୁକ୍ରେନକୁ ଗଭୀର ସଙ୍କଟକୁ ଠେଲି ଦେଇଛି । ଏହି ଆକ୍ରମଣକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ତୀବ୍ର ବିରୋଧ କରିବା ସହ ତୁରନ୍ତ ୟୁକ୍ରେନକୁ ସହାୟତା ଦେବା ଲାଗି ସହଯୋଗୀ ରାଷ୍ଟ୍ରଙ୍କୁ ଆହ୍ବାନ ଜଣାଇଛନ୍ତି ।

Leave A Reply

Your email address will not be published.