ଭାରତ-ଚୀନ୍ ବିବାଦରେ ହସ୍ତକ୍ଷେପ କରିବାକୁ ମନା କଲା ଋଷ

0

ନୂଆଦିଲ୍ଲୀ (ଆମ ଟିଭି): ଭାରତ ଓ ଚୀନ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । କେବେ ଏହି ୨ ଦେଶ ମଦ୍ୟରେ ବିବାଦ ସମାଧାନ ହେବ, ତାହା କେହି ଜାଣିନାହାନ୍ତି । ଏହାରି ଭିତରେ ଏହି ବିବାଦରେ ହସ୍ତକ୍ଷେପ କରିବାକୁ ମନା କରିଛି ଋଷ । ବରଂ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଆପୋସ ସମାଧାନକୁ ପ୍ରେତ୍ସାହିତ କରିବ ବୋଲି ଭାରତରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି । ଭାରତ ଏବଂ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ବିବାଦର ସମାଧାନରେ ଜଡିତ ହେବାକୁ ଆମେ ଚାହୁଁନାହୁଁ । କେତେକ ଦେଶ ଭାରତ ଓ ଚୀନ ମଧ୍ୟରେ ସଂଦେହ ସୃଷ୍ଟି କରୁଥିବାବେଳେ ଆମେ କିନ୍ତୁ ସୀମା ବିବାଦର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦୁଇ ଦେଶକୁ ପ୍ରେତ୍ସାହିତ କରୁଛୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ଅନ୍ୟ ଦେଶମାନଙ୍କ ପରି ଆମେ ଏହି ବିବାଦର ସୁଯୋଗ ନେବାକୁ ଚାହୁଁନାହୁଁ, ବରଂ କିପରି ଦୁଇ ପକ୍ଷଙ୍କ ହିତରେ ଏହି ବିବାଦର ସମାଧାନ ହେଉ ତାହା ଚାହୁଁଛୁ । ୨୦୨୦ ଜୁନ ମାସରେ ଗଲଓ୍ବାନରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା ଓ ଦୁଇ ସେନା ଏ ପର୍ୟ୍ୟନ୍ତ ମୁହାଁମୁହିଁ ଅବସ୍ଥାରେ ଥିଲେ । ନିକଟରେ କେତେକ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତକୁ ଏସ-୪୦୦ ସିଷ୍ଟମର ଯୋଗାଣ ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁସାରେ କରାଯିବ ।

Leave A Reply

Your email address will not be published.