ବିବିସିକୁ ଗାଳିଦେଲା ଋଷ, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବିସି ଦ୍ବାରା ପ୍ରସ୍ତୁତ ଦୁଇଟି ଭାଗଯୁକ୍ତ ଡକୁମେଣ୍ଟାରିକୁ ନେଇ ଭାରତ ଓ ବିଦେଶରେ ବ୍ୟାପକ ଅସନ୍ତୋଷ ଦେଖାଦେଇଥିବା ବେଳେ ସୋମବାର ରୁଷ୍ ଏହାକୁ ନେଇ ବ୍ରିଟିସ ପ୍ରସାରଣ ସଂସ୍ଥାକୁ ଗାଳି ଦେଇଛି। ରୁଷ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ, ଇଂଲଣ୍ଡ ‘ଇନ୍‌ଫର୍ମେସନ ୱାର୍’ (ସୂଚନା ଯୁଦ୍ଧ) ଚଳାଇଥିବାର ଏହି ଡକୁମେଣ୍ଟାରି ହେଉଛି ଆଉ ଏକ ପ୍ରମାଣ।

ଗଣମାଧ୍ୟମ ଆଗରେ ଜାଖାରୋଭା କହିଥିଲେ ଯେ, ବିବିସି କେବଳ ରୁଷ୍ ବିରୋଧରେ ସୂଚନା ଯୁଦ୍ଧ ଚଳାଇ ନାହିଁ, ଏହା ବିଶ୍ବର ଅନ୍ୟାନ୍ୟ ଶକ୍ତିକେନ୍ଦ୍ର ଉପରେ ବି ଆକ୍ରମଣ କରୁଛି, ଯେଉଁମାନେ ଏକ ସ୍ବାଧୀନ ନୀତି ଅବଲମ୍ବନ କରୁଛନ୍ତି। ମୁଖପାତ୍ର ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ, ବିବିସି ସାମ୍ବାଦିକତାର ମୌଳିକ ନୀତିଗୁଡ଼ିକୁ ମଧ୍ୟ ଉପେକ୍ଷା କରୁଛି। କେତେବର୍ଷ ପରେ ଏବେ ପ୍ରମାଣିତ ହେବାରେ ଲାଗିଛି ଯେ, ବିବିସି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ହାତବାରିସି ସାଜିଛି। ଏହା ଗୋଟିଏ ଗୋଷ୍ଠୀ ସପକ୍ଷରେ ରହି ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରୁଛି। ଏହା ବିରୋଧରେ ଯେସାକୁ ତେସା ନୀତି ଗ୍ରହଣ କରାଯିବା ଉଚିତ। ବିବିସି ଏକ ସ୍ବାଧୀନ ଟିଭି ଓ ରେଡିଓ କର୍ପୋରେସନ ନୁହଁ। ଏହା ବ୍ରିଟିସ ସରକାରଙ୍କ ଅଧୀନ। ଏହା ସାମ୍ବାଦିକତାର ମୌଳିକ ଆବଶ୍ୟକତାକୁ ବି ଉପେକ୍ଷା କରୁଛି ବୋଲି ଜାଖାରୋଭା ମତ ଦେଇଛନ୍ତି।

Leave A Reply

Your email address will not be published.