ଦୁନିଆର ସବୁଠୁ ବଡ଼ ଅଦାଲତରେ ସାମ୍ନାସାମ୍ନି ହେବେ ଋଷ-ୟୁକ୍ରେନ୍
ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘ ଦେଢ ବର୍ଷରୁ ଅଧିକ ହେବ ଋଷ-ୟୁକ୍ରେନ୍ ମଧ୍ୟରୋ ଯୁଦ୍ଧ ଲାଗି ରହିଛି । ବାରମ୍ବାର ୟୁକ୍ରେନ୍ ଉପରେ ଋଷ ଆମ୍ରକଣ ଜାରି ରଖିଛି । ଯେତେ ଉଦ୍ୟମ କଲେ ମଧ୍ୟ ଏହି ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ଏକ ବଡ଼ ଖବର ଆସିଛି ଯେ, ଋଷ ଓ ୟୁକ୍ରେନ ଏବେ ଦୁନିଆର ସବୁଠୁ ବଡ ଅଦାଲତରେ ସାମ୍ନା ସାମ୍ନି ହେବେ । ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ବା (ଆଇସିଜେ)ରେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଆଜିଠାରୁ ଏହାର ଶୁଣାଣୀ ହେବାର ସୂଚନା ରହିଛି ।
ଏହି ମାମଲା ଆଇସିଜେକୁ ଆସିବା ସମୟରେ ଋଷ କହିଥିଲା ଯେ, ସେ ୟୁକ୍ରେନରେ ନରସଂହାରକୁ ରୋକିବାକୁ ଆକ୍ରମଣ କରିବାକୁ ବାଧ୍ୟ ହୋଇଥିଲା । କିନ୍ତୁ ଏହାକୁ ପ୍ରତ୍ୟାରୋପ କରିଥିଲା ୟୁକ୍ରେନ୍ । ନରସଂହାର ଆଳରେ ଋଷ ଯୁଦ୍ଧ ବିପତ୍ତିକୁ ନିମନ୍ତ୍ରଣ କରିଥିବାବେଳେ ନ୍ୟାୟିକ ବ୍ୟବସ୍ଥାକୁ ଭୁଆଁ ବୁଲାଉଥିବା କହିଥିଲେ ୟ୍ରୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।