ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଋଷି ସୁନକ

0

ଲଣ୍ଡନ (ଆମ ଟିଭି): ବ୍ରିଟେନରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ଚଳିତବର୍ଷର ତୃତୀୟ ପ୍ରଧାନମନ୍ତ୍ରୀ ଆଜି ନିଯୁକ୍ତ ହେବେ ଋଷି ସୁନକ। କଂଜଭେଟିଭ୍ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନି ମୋରଡାଉଣ୍ଟ୍ ପଛରେ ପକାଇ ଋଷି ସୁନକ ବିଜୟ ହାସଲ କରିଛନ୍ତି। ରିଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା। ଅପରପକ୍ଷେ ପେନି ମୋରଡାଉଣ୍ଟ୍ ବହୁତ ପଛରେ ଥିଲେ। ଫଳରେ ପେନି ଦୌଡ଼ରୁ ନିଜକୁ ପ୍ରତ୍ୟାହାର କରି ନେଇଥିଲେ। ସେ ରାଜା ତୃତୀୟ ଚାର୍ଲସ୍ଙ୍କୁ ସାକ୍ଷାତ୍ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ୪୫ ଦିନ ପର୍ୟ୍ୟନ୍ତ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍ ଟ୍ରସ୍ ଇସ୍ତଫା ଦେବା ପରେ ପୁଣି ଥରେ ନିର୍ବାଚନ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ରିଷି ସୁନକଙ୍କ ସ୍ଥିତି ମଜବୁତ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାହାରି ଯିବା ପରେ ଏକ ପ୍ରକାର ନିର୍ଦ୍ଧାରିତ ହୋଇଯାଇଥିଲା ଯେ, ଋଷି ସୁନକ ବ୍ରିଟେନ୍ର ଆଗାମୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

Leave A Reply

Your email address will not be published.