ୟୁକ୍ରେନ୍ ବଦଳରେ ପୋଲାଣ୍ଡରେ ପଡ଼ିଲା ଋଷ କ୍ଷେପଣାସ୍ତ୍ର:୨ ମୃତ

0

ୱାର୍ସ (ଆମ ଟିଭି): ୟୁକ୍ରେନ୍ କୁ ଟାର୍ଗେଟ କରି ମିସାଇଲ ଛାଡ଼ିଥିଲା ଋଷ । ହେଲେ ପଡ଼ିଲା ପୋଲାଣ୍ଡ ରେ । ଯାହାକୁ ନେଇ ଏବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ରାଜନୀତି ସରଗରମ । ମଙ୍ଗଳବାର ଦିନ ପୋଲାଣ୍ଡ୍ରେ ରୁଷ୍ ନିର୍ମିତ କ୍ଷେପଣାସ୍ତ୍ର ପଡ଼ି ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବାରୁ ପୋଲାଣ୍ଡ୍ ତା’ର ସେନାବାହିନୀକୁ ସଜାଗ ରହିବାକୁ ନିର୍ଦେଶ ଦେଇଛି। ୱାର୍ସ କହିଛି, ରୁଷ୍ ନିକ୍ଷେପ କରିଥିବା ଗୋଟାଏ କ୍ଷେପଣାସ୍ତ୍ର ପୋଲାଣ୍ଡ୍ର ପୂର୍ବ ପ୍ରାନ୍ତ ଅନ୍ତର୍ଗତ ପ୍ରେଓଡ୍ ଗ୍ରାମରେ ପଡ଼ିବା ଯୋଗୁଁ ବିସ୍ଫୋରଣ ଘଟି ୨ଜଣ ପ୍ରାଣ ହରାଇଛନ୍ତି।

ପୋଲାଣ୍ଡ୍ର ପ୍ରଧାନମନ୍ତ୍ରୀ ମାତେୟୁସ୍ ମୋରାୱିଏସ୍କି କହିଛନ୍ତି, ସରକାର ଉକ୍ତ ଘଟଣାର ତଦନ୍ତ କରିବା ସହିତ ସାମରିକ ପ୍ରସ୍ତୁତି ତ୍ବରାନ୍ବିତ କରାଇଛନ୍ତି। କିନ୍ତୁ, ରାଷ୍ଟ୍ରପତି ଅଣ୍ଡ୍ରି ଡୁଡ଼ା କହିଛନ୍ତି, ଏହି କ୍ଷେପଣାସ୍ତ୍ରଟି କିଏ ନିକ୍ଷେପ କରିଛି ଓ କେଉଁଠାରେ ନିର୍ମିତ ହୋଇଛି, ସେ ସଂକ୍ରାନ୍ତରେ ପୋଲାଣ୍ଡ୍ ସରକାରୀ ଅଧିକାରୀମାନେ ଜାଣି ନାହାନ୍ତି। ଯେତେଦୂର ମନେହୁଏ, ତାହା ରୁଷୀୟ ନିର୍ମିତ।

Leave A Reply

Your email address will not be published.