ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ଋଷ ରାଷ୍ଟ୍ରପତି

0

ମସ୍କୋ: ଋଷିଆରେ ଆଗକୁ ନିର୍ବାଚନ ଆସୁଥିବାବେଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶରେ ନୂଆ ନିୟମ ଲାଗୁ କରିଛନ୍ତି। ପୁଟିନ ଦେଶରେ ମିଡିଆ କଭରେଜ ଉପରେ ପ୍ରତିବନ୍ଧକ ଲଗେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନକୁ ନିୟନ୍ତ୍ରିତ କରୁଥିବା ନିୟମରେ ପରିବର୍ତ୍ତନ ଆଣିଛନ୍ତି ପୁଟିନ। ଅନ୍ତର୍ଜାତୀୟ ଗଣମାଧ୍ୟମ ଦ୍ୱାରା ଏହି ସୂଚନା ମିଳିଛି। ମାର୍ଚ୍ଚରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଏହି ନିୟମ କଡାକଡି ଭାବେ ପାଳନ ହେବ।
ପୁଟିନ ସମ୍ବିଧାନରେ ସଂଶୋଧନ କରି ନୂଆ ନିୟମ କରିଛନ୍ତି। ନିୟମ ଅନୁଯାୟୀ, ସରକାରଙ୍କ ଦ୍ୱାରା ପଞ୍ଜୀକୃତ ମିଡିଆ ସଂସ୍ଥାନ ଦ୍ୱାରା ନିଯୁକ୍ତ ହୋଇଥିବା ସାମ୍ବାଦିକଙ୍କୁ ନିର୍ବାଚନ ଓ ନିର୍ବାଚନ ଆୟୋଗଙ୍କ ବୈଠକ କଭରେଜ ପାଇଁ ଅନୁମତି ଦିଆଯିବ। ଏହି ନିୟମ ଲାଗୁ ହେବା ଦ୍ୱାରା ନିର୍ବାଚନ କଭରେଜ ପାଇଁ ଋଷିଆରେ ଫ୍ରିଲାନ୍ସର ବା ସ୍ବତନ୍ତ୍ର ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। କ୍ଷେତ୍ରୀୟ ଓ ସୈନ୍ୟ ଅଧିକାରୀଙ୍କ ଅନୁମତି ବିନା ସୈନ୍ୟ ଶିବିର କିମ୍ବା ନିର୍ମାଚନ କଭରେଜ କରିପାରିବେ ନାହିଁ।
ଦୀର୍ଘ ୨୪ବର୍ଷ ଧରି ଋଷିଆ ଶାସନ ଗାଦି ସମ୍ଭାଳିଥିବା ପୁଟିନ ଆଗାମୀ ନିର୍ବାଚନରେ ପାଇଁ ପୁଣି ଜଣେ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବେ। ନିର୍ବାଚନ ଜିତିଗଲେ ପୁଟିନ ପୁଣି ୬ବର୍ଷ ପାଇଁ ଶାସନ ଗାଦି ମାଡି ବସିବେ। ତେବେ ପୁଟିନ ନିର୍ବାଚନ ଲଡିବେ କି ନାହିଁ ଏପର୍ୟ୍ୟନ୍ତ କୌଣସି ସୂଚନା ମିଳିନାହିଁ। ସଂସଦ ଦ୍ୱାରା ଔପଚାରିପ ଭାବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସେ ଏସମ୍ପର୍କରେ ଘୋଷଣା କରିବେ।

Leave A Reply

Your email address will not be published.