ଭାରତକୁ ପୁଣି ଥରେ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଦିନ ଭାରତୀୟ ମାନଙ୍କୁ ପ୍ରଶଂସା କରିଛନ୍ତି । ସେ ଭାରତୀୟଙ୍କୁ “ଦକ୍ଷ” ଏବଂ “ପ୍ରେରଣାଦାୟକ” ବୋଲି ବର୍ଣ୍ଣନା କରିଛନ୍ତି । ଏହି କଥାରେ କୌଣସି ସନ୍ଦେହ ନାହିଁ ଯେ, ଭାରତରେ ବହୁତ ପ୍ରକାର ସମ୍ଭାବନା ରହିଛି, ଆଉ ଏହା ବିକାଶ ରାସ୍ତାରେ ଉତକୃଷ୍ଟ ଫଳାଫଳ ହସଲ କରିବ । ନଭେମ୍ବର ୪ରେ ରୁଷ୍‌ର ଏକତା ଦିବସ ଅବସରରେ ରାଷ୍ଟ୍ରପତି ପୁଟିନ୍ ଭାରତର କ୍ଷମତାର ପ୍ରଶଂସା କରିଛନ୍ତି । ପ୍ରାୟ ୧.୫ ବିଲିୟନ ଲୋକ ଭାରତର ସବୁଠାରୁ ବଡ ସମ୍ଭାବନା । ସେଠାରେ ପ୍ରତିଭାବାନ ଲୋକମାନଙ୍କର ଏକ ବିଶାଳ ଏକତା ରହିଛି ବୋଲି ସେ କହିଛନ୍ତି ।

ରୁଷର ରାଷ୍ଟ୍ରପତି ଆଫ୍ରିକାର ଉପନିବେଶବାଦ, ଭାରତର କ୍ଷମତା ଏବଂ ରୁଷର “ଅନନ୍ୟ ସଭ୍ୟତା ଏବଂ ସଂସ୍କୃତି” ବିଷୟରେ କହିଛନ୍ତି । ରୁଷ୍ ଏବଂ ବୈଶ୍ବିକ ଇତିହାସର ଉଦାହରଣ ଦେଇ କହିଥିଲେ କି ପଶ୍ଚିମୀ ସାମ୍ରାଜ୍ୟଗୁଡିକ ଆଫ୍ରିକାକୁ କିପରି ଭାବରେ ଲୁଣ୍ଠନ କରିଛନ୍ତି । ପୁଟିନ କହିଛନ୍ତି ଯେ ବହୁ ପରିମାଣରେ ପୂର୍ବ ଔପନିବେଶିକ ଶକ୍ତି ଦ୍ୱାରା ପ୍ରାପ୍ତ ସମୃଦ୍ଧତା ଆଫ୍ରିକାର ଲୁଣ୍ଠନ ଉପରେ ଆଧାରିତ ଥିଲା । ୟୁରୋପର ଇତିହାସ କାହାଠାରୁ ଲୁକ୍କାୟିତ ନୁହେଁ । ସମ୍ବଳର ଲୁଣ୍ଠନ, ଡକାୟତି ଏବଂ ଲୋକମାନଙ୍କର ଦାସତ୍ୱ ହେଉଛି ୟୁରୋପର ରୀତିନୀତି ଏବଂ ସେଥିପାଇଁ ଏହି ଉପନିବେଶକାରୀ ଶକ୍ତି କାହାକୁ ଉତ୍ପନ୍ନ ହେବାକୁ ଦେଇନଥିଲେ । ବର୍ତ୍ତମାନ ଏହି ସମାନ ଶକ୍ତି ରୁଷର କ୍ଷତି କରିବାକୁ ଚାହୁଁଛନ୍ତି କିନ୍ତୁ ସେମାନେ ଏଥିରେ ସଫଳତା ପାଇବେ ନାହିଁ ।

Leave A Reply

Your email address will not be published.