ଋଷର ଅସ୍ତ୍ରଶସ୍ତ୍ର ଖାଲି ହେବାକୁ ବସିଛି: ବ୍ରିଟିଶ ଗୁଇନ୍ଦା

0

ଲଣ୍ଡନ (ଆମ ଟିଭି): ଋଷ-ୟୁକ୍ରେନ ଯୁଦ୍ଧ ୯ମାସ ହେଲା ଜାରି ରହିଛି । ଏହାରି ଭିତରେ ରୁଷ ପାଖରେ ଥିବା ଅସ୍ତ୍ରଶସ୍ତ୍ର ଶେଷ ହୋଇଆସୁଥିବା ସଂଦେହ କରାଯାଉଛି । ଏବେ ରୁଷ ପକ୍ଷରୁ ପୁରୁଣା ମିସାଇଲଗୁଡ଼ିକୁ ବାହାର କରି ୟୁକ୍ରେନ ଉପରେ ନିକ୍ଷେପ କରାଯାଉଛି । ଏସବୁ ପୁରୁଣା କ୍ରୁଜ୍ ମିସାଇଲଗୁଡ଼ିକୁ ୮୦ ଦଶକରେ ତିଆରି କରାଯାଇଥିଲା । ଏଗୁଡ଼ିକରେ ନ୍ୟୁକ୍ଲିୟର ଓ୍ବାରହେଡ୍ ( ପରମାଣୁ ବୋମା) ଲଗାଯାଇଥିଲା । କିନ୍ତୁ ମିସାଇଲରୁ ଓ୍ବାରହେଡଗୁଡ଼ିକୁ କାଢି ନିକ୍ଷେପ କରାଯାଉଛି ବୋଲି ବ୍ରିଟିସ ମିଲିଟାରୀ ଗୁଇନ୍ଦା ସଂସ୍ଥା ଏକ ରିପୋର୍ଟ ପ୍ରସ୍ତୁତ କରିଛି ।

ଏହି ରିପୋର୍ଟ ଅନୁସାରେ ୟୁକ୍ରେନରେ ପଡ଼ିଥିବା ଏପରି ଏକ ପୁରୁଣା କ୍ରୁଜ ମିସାଇଲର ଧ୍ବଂସାବଶେଷର ଡିଜାଇନକୁ ଦେଖିଲେ ଜଣାପଡ଼ିଛି ଯେ ତାହା ୮୦ ଦଶକର । ଓ୍ବାରହେଡ ନଥିଲେ ବି ଏହି ମିସାଇଲ ଗୁଡ଼ିକ ଯେଉଁ ସ୍ଥାନରେ ପଡ଼ିବ ସେଠାରେ କ୍ଷତି କରିବାକୁ ସକ୍ଷମ । ଏହି ମିସାଇଲଗୁଡ଼ିର ଦ୍ରୁତ ଗତି ଓ ଇନ୍ଧନରେ ହେଉଥିବା ବିସ୍ପୋରଣ ଯୋଗୁଁ କ୍ଷତି ହୋଇଥିଏ । କିନ୍ତୁ ଏଗୁଡ଼ିକ ଆଶାନୁରୂପଭାବେ ଫଳାଫଳ ଦେବାକୁ ଅକ୍ଷମ ।

Leave A Reply

Your email address will not be published.