ବିଦେଶୀ ନିବେଶକଙ୍କୁ ଏସ ଜୟଶଙ୍କରଙ୍କ କଡ଼ା ଜବାବ

0

ନୂଆଦିଲ୍ଲୀ(ଆମ ଟିଭି): ବିଦେଶୀ ନିବେଶକଙ୍କୁ ବୈଦେଶିକ ମନ୍ତ୍ରୀଙ୍କ କଡ଼ା ଜବାବ । ବିଦେଶୀ ନିବେଶକଙ୍କୁ ଭାରତୀୟ ଗଣତନ୍ତ୍ରର ପାଠ ପଢାଇଲେ ଭାରତୀୟ ବୌଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆମେରିକୀୟ ନିବେଶକ ଜର୍ଜ ସୋରୋସଙ୍କୁ ଭାରତୀୟ ବୈଦେଶିକ ମନ୍ତ୍ରୀ କଡା ଜବାବ ଦେଇଛନ୍ତି । ଭାରତୀୟ ଗଣତନ୍ତ୍ର ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବୟାନ ଦେବା ଏବେ ଆମେରେକୀୟ ନିବେଶକ ଜର୍ଜ ସୋରୋସଙ୍କୁ ମହଙ୍ଗା ପଡିଛି । ଜର୍ଜ ଭାରତରେ ମୋଦିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇବା ସହ ଭାରତରେ ଗଣତନ୍ତ୍ରର ପୁନରୁର୍ଦ୍ଧାର ହେବା ଆବଶ୍ୟକ ବୋଲି କହିଥିଲେ । ଯାହାର ଠିକଣା ଜବାବ ଦେଇଛନ୍ତି ଜୟଶଙ୍କର ।

ଜୟଶଙ୍କର କହିଛନ୍ତି ଯେ, ‘ନ୍ୟୁୟର୍କରେ ବସିଥିବା ଜଣେ ବ୍ୟକ୍ତି ଭାବୁଛନ୍ତି ଦୁନିଆ ତାଙ୍କର ବିଚାର ଓ ହିସାବରେ ଚାଲୁଛି । ସେହିପରି ନିଜ ପସନ୍ଦର ବ୍ୟକ୍ତି ନିର୍ବାଚନ ଜିତିଲେ ନିର୍ବାଚନ ଭଲ ଓ ସ୍ୱଚ୍ଛ ବୋଲି ଜର୍ଜ ଭାବନ୍ତି । ଆଉ ନିର୍ବାଚନ ପରିଣାମ ଅନ୍ୟ କିଛି ଆସିଲେ ଗଣତନ୍ତ୍ରକୁ ଖରାପ ବୋଲି ଜର୍ଜ କୁହନ୍ତି’ । ଜର୍ଜଙ୍କୁ ବୃଦ୍ଧ ,ଧନୀ , ଓ ଜିଦଖୋର ବୋଲି କହିବାକୁ ପଛେଇନାହାନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ।

Leave A Reply

Your email address will not be published.