ଗଜପତିରେ ୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ, ମା–ଶିଶୁ ଉଭୟ ସୁସ୍ଥ

0

ଗଜପତି ଜିଲ୍ଲା ଗୋଠଖେଳି ଗ୍ରାମର ସୁନିତା ମଲ୍ଲିକଙ୍କ ଗର୍ଭ ଯନ୍ତ୍ରଣା ସମୟରେ ତାଙ୍କ ସ୍ୱାମୀ ଭବାନୀ ମଲ୍ଲିକ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ | ୧୦୮ ଆମ୍ବୁଲାନ୍ସ କଣ୍ଟ୍ରୋଲ ସେଣ୍ଟରରୁ ତୁରନ୍ତ ନିକଟନସ୍ଥ ଗୁଡାମାରି ହସ୍ପିଟାଲରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସ ସୁନିତାଙ୍କୁ ପାଇଁ ପାଠଯାଇଥିଲା | ଖୁବ କମ୍ ସମୟ ମଧ୍ୟରେ ଆମ୍ବୁଲାନ୍ସ ପହଂଚି ସୁନିତାଙ୍କୁ ହସ୍ପିଟାଲ ନେବା ପାଇଁ ବାହାରିଥିଲେ କିନ୍ତୁ କିଛି ବାଟ ଆସିଲା ପରେ ସୁନିତା ଅସହ୍ୟ ଗର୍ଭ ବେଦନା ଅନୁଭବ କରିଥିଲେ |

ତେଣୁ ୧୦୮ ଆମ୍ବୁଲାନ୍ସ ରେ କାର୍ଯ୍ୟରତ ଇ.ଏମ.ଟି ସନ୍ତୋଷ ମହାକୁଡ଼ ପାଖରେ ଉପସ୍ଥିତ ଥିବା ଆଶା ଏବଂ ଆମ୍ବୁଲାନ୍ସ ହେଲ୍ପର ଅଜୟ ବେହେରାଙ୍କ ସହାୟତାରେ ଆମ୍ବୁଲାନ୍ସ ମଧ୍ୟରେ ଶିଶୁ ପୁତ୍ରକୁ ସୁରକ୍ଷିତ ପ୍ରସବ କରାଇଥିଲେ | ପରେ ଉଭୟ ମା ଏବଂ ନବଜାତକଙ୍କୁ ଡ଼େଙ୍ଗାବସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ | ବର୍ତ୍ତମାନ ଉଭୟ ମା ଏବଂ ଶିଶୁ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି |

Leave A Reply

Your email address will not be published.