ନୂଆଦିଲ୍ଲୀ (ଆମ ଟିଭି): ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର । ସାହାରା ଚିଟଫଣ୍ଡରେ ଟଙ୍କା ଜମା ରଖିଥିବା କ୍ଷତିଗ୍ରସ୍ତ ତାଙ୍କ ଟଙ୍କା ଫେରିପାଇବେ । କେନ୍ଦ୍ର ସରକାର ଏଥିପାଇଁ ଆରମ୍ଭ କରୁଛନ୍ତି ବ୍ୟବସ୍ଥା । ଆଜି ଗୃହମନ୍ତ୍ରୀ ଅମିତ ଶାହ ଏକ ରିଫଣ୍ଡ ପୋର୍ଟାଲର ଉନ୍ମୋଚନ କରିବେ । ଦିଲ୍ଲୀରେ ଅଟଳ ଉର୍ଜା ଭବନରେ ଏହାର ଶୁଭାରମ୍ଭ ହେବ । ଉନ୍ମୋଚନ ହେବାକୁ ଥିବା ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ଉଲ୍ଲେଖ ରହିଛି । ଆବଶ୍ୟକ ସ୍ଥାନରେ ତଥ୍ୟ ପ୍ରଦାନ କରି ଜମାକାରୀ ନିଜ ଟଙ୍କା ପାଇଁ ଦାବି କରିବେ ।
ଦେଶର ଅନେକ ଲୋକଙ୍କ ଟଙ୍କା ସାହାରାରେ ଫଶି ରହିଛି । ନିବେଶ ଅବଧି ପୂରଣ ହୋଇଥିଲେ ମଧ୍ୟ ଜମାକାରୀ ଟଂକା ଫେରିପାଇ ନାହାନ୍ତି । ଓଡିଶା, ବିହାର, ଝାଡଖଣ୍ଡ, ଉତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ସ୍ଥାନଗୁଡିକର ଲୋକ ସାହାରା ଇଣ୍ଡିଆରେ ଅଧିକାଂଶ ଜମା କରିଛନ୍ତି । କିଭଳି ବୁଡି ଯାଇଥିବା ଟଙ୍କା ଫେରିପାଇବେ ସେ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଲୋକେ ଅପିଲ କରିଥିଲେ ।