ସାହୁ ଓଡ଼ିଆ ମ୍ୟୁଜିକ ଦ୍ବାରା ରିଲିଜ ହେଲା ଓଡ଼ିଆ ମିୟୁଜିକ ଭିଡିଓ “ଲାଗିଯାଉ ତତେ ରେ ମୋ ଆୟୁଷ”
ଭୁବନେଶ୍ବର (ଆମ ଟିଭି ); ସାହୁ ଓଡ଼ିଆ ମ୍ୟୁଜିକ ଦ୍ବାରା ରିଲିଜ ହେଲା ଓଡ଼ିଆ ମିୟୁଜିକ ଭିଡିଓ “ଲାଗିଯାଉ ତତେ ରେ ମୋ ଆୟୁଷ” । ଏହି ରିଲିଜ୍ ସମୟରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ପ୍ରଣୟ ଜେଠୀ ଓ ସମାଜସେବୀ ବୁଲନ୍ ଭାଇ ନିର୍ଦ୍ଦେଶକ ବାବୁ ବାବୁ ସମେତ କଳାକାର ମାନେ ରହି ଗୀତଟି ର ସିଡି ଉନ୍ମୋଚନ କରିଥିଲେ ।
ଏହି ଭିଡ଼ିଓଟିର ନିର୍ଦ୍ଦେଶନା ନିର୍ଦ୍ଦେଶକ ବାବୁ ବାବୁ ଦେଇଥିବା ବେଳେ ଏହାର କୋରିଓଗ୍ରାଫି କରିଛନ୍ତି ସନ୍ତୋଷ । ଅଭିନୟରେ କରିଛନ୍ତି ଅର୍ଜୁନ ଓ ଖୁସି । ସେହିପରି ଚିନ୍ମୟ ଓ ବିଭୁନ୍ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଗୀତଟି ରେ କଣ୍ଠଦାନ କରିଛନ୍ତି କୁମାର ବାପି ଓ ଅଞ୍ଜଳି ଦତ୍ତ ଖୁବ୍ ସୁନ୍ଦର ଭାବେ ଲେଖିଛନ୍ତି ନିରଞ୍ଜନ ପଣ୍ଡା ।

ଏକ ନିଛକ ସତ ପ୍ରେମ କାହାଣୀକୁ ନେଇ ଏହି କାହାଣୀଟି ଗତିଶୀଳ କରିଛି । ପ୍ରେମିକା ଅସୁସ୍ଥ ଥିବା ସମୟରେ କେମିତି ତାର ପ୍ରେମିକ ସଂଘର୍ଷ କରି ନିଜ ଜୀବନ ସାଥି ର ଜୀବନ ବଞ୍ଚାଇଛି । ଏଣୁ ଆଜିର ଏହି ସମାଜରେ କେମିତି ଦିନକୁ ଦିନ ପ୍ରେମିକ ପ୍ରେମିକା ହେଉ କିମ୍ପା ସ୍ବାମୀ ସ୍ତ୍ରୀ ର ସମ୍ପର୍କ ଭିତରେ କେମିତି ବିଭିନ୍ନ ବାଧା ଉପୁଜୁଛି । ଏଣୁ ଏମାନଙ୍କ ଭିତରେ କେମିତି ଏକ ସୁ ସମ୍ପର୍କ ରହିବ ଏହି ଗୀତ ରେ ଦର୍ଶାଯାଇଅଛି ।