ଶିକ୍ଷାବିତ୍ ଡଃ ବିଜୟ ସାହୁ ଙ୍କ ପରଲୋକ
ଭୁବନେଶ୍ୱର: ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ ସାହୁଙ୍କର ଆଜି ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ କୋଭିଡ୍ରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଆଜି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।