ଭୁବନେଶ୍ବର (ଆମ ଟିଭି): ଅନ୍ୟ ରାଜ୍ୟରେ ବଢୁଛି, ଆମର କାହିଁକି ନୁହେଁ । ବିଧାନସଭାରେ ଉଠିଲା ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଲେ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇ କହିଛନ୍ତି, ଶେଷ ଥର ପାଇଁ ୧୩.୯.୨୦୧୭ରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଆଉ ଏବେ ସବୁ ରେଟ୍ ବି ବଢିଛି ତେଣୁ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ଦାବି କଲେ ମୋହନ । ଅନ୍ୟ ରାଜ୍ୟର ବିଧାୟକମାନେ ଅଧିକ ଟଙ୍କା ଦରମା ପାଉଥିବା ବେଳେ ଆମ ରାଜ୍ୟରେ ତାହା ବହୁତ କମ ରହିଛି । ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ କୁ ମିଶାଇ ମୋଟ୍ ୯୯ ହଜାର ୮୦୦ ଟଙ୍କା ରହିଛି ତେଣୁ ତାକୁ ବଢାଯାଉ ।
ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ମଧ୍ୟ ବିଧାୟକଙ୍କ ଦରମା ବଢ଼ାଇକୁ ଦାବି କରିଛନ୍ତି । ଅନେକ ସୋସିଆଲ କାର୍ୟ୍ୟକ୍ରମକୁ ଯାଉଛନ୍ତି ତେଣୁ ଖର୍ଚ୍ଚ ବଢୁଛି । ଏହାସହ ପୂର୍ବତନ ବିଧାୟକମାନେ ମାତ୍ର ୩୦ ହଜାର ପେନସନ ପାଉଛନ୍ତି ତେଣୁ ଉଭୟ ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକମାନଙ୍କ ଦରମା ବଢ଼ାଇବାକୁ ତାରା ଦାବି କରିଛନ୍ତି । ସବୁରାଜ୍ୟରେ ବିଧାୟକମାନଙ୍କର ଦରମା ବଢୁଥିବା ବେଳେ ଆମ ରାଜ୍ୟରେ କାହିଁକି ବଢିବନି ବୋଲି ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲେ ।