ପରଲୋକରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସଲିମ୍ ଦୁରାନି

0

ନୂଆଦିଲ୍ଲୀ(ଆମ ଟିଭି): କ୍ରିକେଟ୍ ଜଗତରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି । କ୍ୟାନ୍ସରରେ ପୀଡିତ ହୋଇ ଦୀର୍ଘ ଦିନ ହେବ ଚିକିତ୍ସାଧିନ ହେଉଥିବା ଅବସ୍ଥାରେ ଗୁଜୁରାଟ ଜାମନଗରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସଲିମ ଦୁରାନି । କ୍ରିକେଟରେ ତାଙ୍କର ପ୍ରଦର୍ଶନ ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଛି ।

ସ୍ପିନ୍ ଅଲରାଉଣ୍ଡର ସଲୀମ ଦୁରାନିଙ୍କ ଜନ୍ମ ୧୯୩୪ ଡିସେମ୍ବର ୧୧ ତାରିଖରେ ଆଫଗାନିସ୍ତାନ କାବୁଲରେ ହୋଇଥିଲା । ତାଙ୍କୁ ଯେତେବେଳେ ୮ ମାସ ହେବା ବେଳକୁ ତାଙ୍କ ପରିବାର ପାକିସ୍ତାନର କରାଚିରେ ଆସି ଅବସ୍ଥାନ କରିଥିଲେ । ଏହାପରେ ଯେତେବେଳେ ଭାରତ ପାକିସ୍ତାନ ବିଭାଜନ ହେଲା ତାଙ୍କ ପରିବାର ଭାରତ ପଳାଇ ଆସିଥିଲେ ।

Leave A Reply

Your email address will not be published.