ସଲମାନ ଖାନ୍ ନିଶା ନିଅନ୍ତି: ଯୋଗ ଗୁରୁ ରାମଦେବ

0

ଲକ୍ଷ୍ନୌ(ଆମ ଟିଭି): ବଲିଉଡ ଏବେ ନିଶା କବଳରେ । ଏହାକଥା କିଏ ବା ନ ଜାଣେ । ଏଥିପାଇଁ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ଜୀବନ ମଧ୍ୟ ଚାଲିଗଲାଣି । ଏହାରି ଭିତରେ ନିଶା କାରବାର ଏବଂ ନିଶା ସେବନକୁ ନେଇ ଯୋଗ ଗୁରୁ ରାମଦେବ ବଲିଉଡ୍ର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରିଛନ୍ତି। ୟୁପିର ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ରାମଦେବ ବିବାଦୀୟ ବୟାନ ଦେଇଛନ୍ତି। ସିନେମା ଅଭିନେତାମାନେ ନିଶା ସେବନ କରନ୍ତି। ଖାଲି ସେତିକି ନୁହଁ ତାଙ୍କ ପିଲାମାନେ ମଧ୍ୟ ସମାନ କାମ କରନ୍ତି।

କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନ୍ ନିଶା ସେବନ ବେଳେ ଏନସିବି ହାତରେ ଧରାପଡ଼ିଥିଲେ। ସେ ବି ଜେଲ ଯାଇଛନ୍ତି। ସଲମାନ୍ ଖାନ୍ ମଧ୍ୟ ଜଣେ ନିଶାଖୋର ବ୍ୟକ୍ତି। କିନ୍ତୁ ଅମୀର ଖାନ୍ଙ୍କ କଥା କହି ପାରିବିନି। ତାଙ୍କ କଥା ଭଗବାନ ନିଜେ ଜାଣିଥିବେ ବୋଲି କଟାକ୍ଷ କରି କହିଛନ୍ତି ରାମଦେବ। ଉତ୍ତରପ୍ରଦେଶରେ ନିଶା ନିବାରଣ ଅଭିଯାନ କାର୍ୟ୍ୟକ୍ରମରେ ଯୋଗ ଦେଇ ମୋରଦାବାଦ ସମ୍ମିଳନୀରେ ଏହା କହିଛନ୍ତି ରାମଦେବ। ସେ ଆହୁରି କହିଛନ୍ତି ଯେ, କିଏ ଜାଣେ କେତେ ଷ୍ଟାର ନିଶା ନିଅନ୍ତି। ଏମିତିକି ଅଭିନେତ୍ରୀମାନେ କିଛି କମ ନୁହନ୍ତି। ସେମାନେ ଆହୁରି ଖରାପ।

 

Leave A Reply

Your email address will not be published.