ସଶସ୍ତ୍ରବାହିନୀର ଅଦମ୍ୟ ନିଷ୍ଠା ଓ ସମର୍ପଣ ଭାବକୁ ସାଲ୍ୟୁଟ – ପ୍ରଧାନମନ୍ତ୍ରୀ

0

ପାକିସ୍ତାନରେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ଆତଙ୍କବାଦୀମାନେ ଶାନ୍ତିରେ ନିଶ୍ୱାସ ନେଇପାରିବେ। ଆତଙ୍କବାଦୀଙ୍କ ଘର ଭିତରେ ପ୍ରବେଶ କରି ସେମାନଙ୍କୁ ନିପାତ କରିବାର ସାମର୍ଥ୍ୟ ଭାରତର ରହିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆଜି ପଞ୍ଜାବ ସ୍ତିତ ଆଦମପୁର ବାୟୁସେନା ଘାଟି ପରିଦର୍ଶନ ସମୟରେ ଅପରେସନ ସିନ୍ଦୂରର ସଫଳତା ନିମନ୍ତେ ବୀର ସୈନିକମାନଙ୍କୁ ପ୍ରଶଂସା କରି ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନେ ଦୃଢ଼ ଲକ୍ଷ୍ୟ, ଅଦମ୍ୟ ସାହସ ଏବଂ ନିର୍ଭୀକତାର ପରିଚୟ ଦେଇଛନ୍ତି ସେମାନଙ୍କ ସହ କଥା ହେବା ସ୍ୱତନ୍ତ୍ର ଥିଲା। ସେ କହିଛନ୍ତି ଦେଶପାଇଁ ଆମ ସଶସ୍ତ୍ରବାହିନୀ ଯେଉଁ ସମର୍ପଣ ଭାବ ପ୍ରଦର୍ଶନ କରିଛନ୍ତି ସେଥିଲାଗି ସେ କୃତଜ୍ଞତା ପ୍ରକାଶ କରୁଛନ୍ତି।

Leave A Reply

Your email address will not be published.