ଆଜି ସମ୍ବଲପୁର-ଝାରସୁଗୁଡା ମେମୁ ଟ୍ରେନ୍ ବାତିଲ

0

ଭୁବନେଶ୍ୱର(ଆମ ଟିଭି): ଆଜି ସମ୍ବଲପୁର-ଝାରସୁଗୁଡ଼ା ମେମୁ ଟ୍ରେନ୍‌ ବାତିଲ କରାଯାଇଛି। କାରଣ ଗତକାଲିର ଦୁର୍ଘଟଣା ପରେ ଦିନକ ପାଇଁ ମେମୁ ଟ୍ରେନ୍‌କୁ ବାତିଲ କରାଯିବା ନେଇ ସମ୍ବଲପୁର ରେଲ୍‌ ଡିଭିଜନ ପକ୍ଷରୁ ସୂଚନା ମିଳିଛି। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୨୫ ସମୟରେ ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିଲା ମେମୁ ଟ୍ରେନ୍। ଏହି ସମୟରେ ଏକ ମଇଁଷିକୁ ଧକ୍କା ଦେବାରୁ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଟ୍ରେନଟି ମଇଁଷି ସହ ଧକ୍କା ଦେବାରୁ ଟ୍ରେନର ୪ ନମ୍ବର ବଗି ରେଳ ଧାରଣାରୁ ଖସି ପଡ଼ିଥିଲା।

ତେବେ ଦୁର୍ଘଟଣାଗ୍ରସ୍ତ ବଗିରେ ୨୦୦ ଯାତ୍ରୀ ଥିଲେ ବି କାହାରି କୌଣସି କ୍ଷତି ହୋଇ ନଥିଲା। ସମସ୍ତେ ସୁରକ୍ଷିତ ରହିଥିଲେ। କିନ୍ତୁ ମଇଁଷିର ମୃତ୍ୟୁ ହୋଇଥିଲା । ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ବଗିକୁ ଟ୍ରାକକୁ ଉଠାଇବା ପରେ ଦୁର୍ଘଟଣାଗ୍ରସ୍ତ ଲାଇନଟି ସ୍ୱାଭାବିକ ହୋଇଥିଲା।

Leave A Reply

Your email address will not be published.