ମନୋରଞ୍ଜନ ଦୁନିଆରେ ସମ୍ବଲପୁରୀ ଭାଷା, କଳା ଓ ସଂସ୍କୃତି ଏବେ ପ୍ରଥମ ଥର ଓ ଟି ଟି ପ୍ଲାଟଫର୍ମ କଞ୍ଚା ଲଙ୍କା ରେ :-
ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇକୁ ଘରେ ଘରେ ବଡ ଧୁମଧାମରେ ପାଳନ କରାଯାଏ । ଏହି ଦିନ ସମସ୍ତେ ନୂଆ ଚାଉଳ ଗ୍ରହଣ କରି ପରିବାର ବର୍ଗ ନିଜ ଇଷ୍ଟ ଦେବତାଙ୍କ ଆଶୀର୍ବାଦ ଭୀକ୍ଷା କରିଥାନ୍ତି । ବର୍ଷ ବର୍ଷରୁ ଏହି ଦିନ ପଶ୍ଚିମ ଓଡିଶା ପାଇଁ ଖାସ ରହି ଆସିଛି ଓ ଆଗକୁ ମଧ୍ୟ ଆହୁରି ଖାସ ହେବାକୁ ଯାଉଛି କାରଣ ଓଡିଶାରେ ପ୍ରଥମ ଥର ପାଇଁ ଏବେ ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କା ସିରିଜ ମାଧ୍ୟମରେ ସମ୍ବଲପୁରୀ କାହାଣୀ,ଭାଷା, କଳା ଓ ସଂସ୍କୃତିବାକୁ ଦେଖିବାକୁ ପାଇବେ ସିନେ ପ୍ରେମି ।
୧ ସେପ୍ଟେମ୍ବର ୨୦୨୪ ରୁ ଆରମ୍ଭ ହେବାକୁ ଯାଉଛି, ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କା ରେ ସମ୍ବଲପୁରୀ ର ସ୍ୱତନ୍ତ୍ର ପ୍ରକ୍ରିୟା ।
ଜାତୀୟ ପୁରସ୍କାର ପାଇଥିବା ସିନେମା “ଶଲା ବୁଢ଼ାର୍ ବଦଲା” ଏବେ ଦେଖିବାକୁ ମିଳିବ କଞ୍ଚା ଲଙ୍କା ପ୍ଲାଟଫର୍ମରେ । ଏହି ଚର୍ଚ୍ଚିତ ସିନେମା, ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଛି ଏବଂ ଏହାର ମୁଖ୍ୟ ଭୂମିକାରେ ଆମର ସମ୍ବଲପୁରୀ ମଞ୍ଚ କଳାକାର, ପରଲୋକଗତ ଅଟଳ ବିହାରୀ ପଣ୍ଡାଙ୍କ ଅଭିନୟ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ସମ୍ବଲପୁର ଅଞ୍ଚଳର ସମୃଦ୍ଧ ପରମ୍ପରାର କାହାଣୀ କହିବ । ଏହା ସମସ୍ତ ଦର୍ଶକଙ୍କୁ ଭଲ ଲାଗିବ ବୋଲି ଆମର ଆଶା ଓ ଭରଷା ।
ଆନନ୍ଦର ପର୍ବ ନୂଆଖାଇ ଉପଲକ୍ଷେ ଆମର ସମ୍ବଲପୁରୀ ଭାଷାରେ ନିର୍ମିତ ୱେବ୍ ସିରିଜ୍ “ମା ସମଲେଶ୍ୱରୀ” ସେପ୍ଟେମ୍ବର ମାସ ୮ ତାରିଖରୁ କଞ୍ଚା ଲଙ୍କା ପ୍ଲାଟଫର୍ମ ରେ ମଧ୍ୟ ଦେଖିପାରିବେ। ଏହାପରେ ୧୫ ସେପ୍ଟେମ୍ବର ୨୦୨୪ରେ ଆମେ ଆପଣଙ୍କୁ ହସ ବାଣ୍ଟିବା ପାଇଁ ଆମର ନୂଆ ସୋ “ଯେ ହସଲା ସେ ଫସଲା ” – ସମ୍ବଲପୁରୀ” ନାମକ ହାସ୍ୟ ରସାର୍ଣ୍ଣବ ମଧ୍ୟ ଦେଖିପାରିବେ। ଏହି ସେକ୍ସନ୍ରେ ଅନ୍ୟାନ୍ୟ ପ୍ରିୟ ଚଳଚ୍ଚିତ୍ର ମଧ୍ୟ ରହିବାର ଯୋଜନା ରହିଛି, ଯାହା ମଧ୍ୟରେ “ଶଲା ବୁଢ଼ା,” “ଶତ୍ରୁ” ଏବଂ “ଲାରେ ଲାପା” ଯାହା ସମସ୍ତଙ୍କୁ ଆନନ୍ଦ ଦେବା ସହ ସମସ୍ତଙ୍କ ପାଇଁ କିଛି ଭିନ୍ନ ମନୋରଞ୍ଜନ ସୁନିଶ୍ଚିତ କରିବ।
ଏହା କେବଳ ଆରମ୍ଭ | କଞ୍ଚା ଲଙ୍କା ନିୟମିତ ଭାବରେ ତାଜା ସମ୍ବଲପୁରୀ ସିନେମା, ୱେବ୍ ସିରିଜ ବିଷୟବସ୍ତୁକୁ ପ୍ଲାଟଫର୍ମକୁ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ପଶ୍ଚିମ ଓଡ଼ିଶାର ଭାଷା ଓ ସାଂସ୍କୃତିକ ସମ୍ପଦ କୁ ଆଗକୁ ଆଣିବା ଓ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା , କଞ୍ଚା ଲଙ୍କାର ମୁଖ୍ୟ ଲକ୍ଷ୍ୟ ।
ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର, ଯିଏ ସମ୍ବଲପୁରୀ ସିନେମାର ପ୍ରବକ୍ତା ଭାବେ ଜଣାଶୁଣା ଏବଂ ଜନସାଧାରଣ ମଧ୍ୟରେ “ସମ୍ବଲପୁରୀ ସିନେମାର ପିତା” ଭାବରେ ପରିଚିତ, ସେ ତାଙ୍କର ମନୋଭାବ ଶେୟାର କରି କହିଲେ: “କଞ୍ଚା ଲଙ୍କା” ଭଳି ପ୍ଲାଟଫର୍ମ ଆମର ସମ୍ବଲପୁରୀ ଗଳ୍ପକୁ ପ୍ରଚାର କରୁଥିବାକୁ ଦେଖି ବହୁତ ଖୁସି ଲାଗୁଛି। ‘ଶଲା ବୁଢ଼ାର୍ ବଦଲା’ ଓ ଅନ୍ୟାନ୍ୟ ସିନେମାଗୁଡ଼ିକ କେବଳ ମନୋରଞ୍ଜନ ନୁହେଁ; ସେଗୁଡ଼ିକ ଆମର ସଂସ୍କୃତି, ସଂଘର୍ଷ ଏବଂ ବିଜୟର ପ୍ରତିବିମ୍ବ। ମୁଁ ଆଶା କରୁଛି ଯେ ଏହି ପ୍ରୟାସ ଭବିଷ୍ୟତରେ ଆହୁରି ଆଗକୁ ଯାଉ।
କଞ୍ଚା ଲଙ୍କା ର ଚ୍ୟାୟର ମ୍ୟାନ ଓ କୋ ଫାଉଣ୍ଡର ଶ୍ରୀଯୁକ୍ତ ଅକ୍ଷୟ କୁମାର ପରିଜା କୁହନ୍ତି : ଓଡିଶାର ପ୍ରଥମ ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କା ରେ ଆମେ ସମ୍ବଲପୁରୀ ବିଷୟବସ୍ତୁକୁ ସ୍ଥାନ ଦେଇଥିବାରୁ ଆମେ ଗର୍ବିତ। ଏହି ପ୍ରୟାସ ହେଉଛି ପଶ୍ଚିମ ଓଡିଶାର ନୂଆଖାଇ ପର୍ବରେ ଆମେ ଆଶା କରୁଛୁ ଯେ ଆମର ଦର୍ଶକମାନେ ତାଙ୍କର କାହାଣୀ ଏବଂ ଭାଷାକୁ ଜାତୀୟ ପ୍ଲାଟଫର୍ମରେ ଦେଖି ଆନନ୍ଦ ଏବଂ ଗର୍ବ ଅନୁଭବ କରିବେ।
କଞ୍ଚା ଲଙ୍କା ବିଷୟରେ: କଞ୍ଚାଲଙ୍କା ଓଡ଼ିଶାର ଅଗ୍ରଣୀ, ଓଡ଼ିଆ ମନୋରଞ୍ଜନଭିତ୍ତିକ ଓଟିଟି ପ୍ଳାଟଫର୍ମ l ବିଶ୍ଵବ୍ୟାପୀ ଦର୍ଶକମାନଙ୍କୁ ଉଚ୍ଚ ମାନର ଓଡ଼ିଆ କଣ୍ଟେଣ୍ଟ ପରଷିବା ପାଇଁ ସମର୍ପିତ l ସିନେମା, ୱେବ ସିରିଜ, ଡକ୍ୟୁମେଣ୍ଟାରୀ,କମେଡି ଶୋ,କ୍ରୀଡା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରି ବିବିଧ ବିକଳ୍ପ ପାଇଁ ଏକ ପ୍ରମୁଖ ମାଧ୍ୟମ ‘ “କଞ୍ଚା ଲଙ୍କା”l