ଜେମ୍ସ ଓଡିଶା ୨୦୨୫ ର ବିଜେତା ହେଲେ ସମ୍ବଲପୁରର ଶ୍ରଦ୍ଧା ପ୍ରଧାନ ଅଭିନେତ୍ରୀ ସୂର୍ଯ୍ୟମୟୀ ପିନ୍ଧାଇଲେ କ୍ରାଉନ୍

0

ଛତ୍ରପୁର(ଆମ ଟିଭି): ଛତ୍ରପୁର ନିକଟ ତାମ୍ପରା ଠାରେ ଜେମ୍ସ ଅଫ ଓଡିଶା ଇଣ୍ଡିଆ ୨୦୨୫ ର ଦୁଇ ଦିବସୀୟ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ଡକ୍ଟର ସୁନୀତା ୱାଧବନ, ଶ୍ରୀମତୀ ସୁଧା ଚନ୍ଦ୍ରାଣୀ ଖାତ୍ରୀ, ଡକ୍ଟର ଭୁବନେଶ୍ୱରୀ ଦେୱଙ୍ଗନ, ପ୍ରତିଷ୍ଠାତ୍ରୀ ଶ୍ରୀମତୀ ଅନିତା ମଣ୍ଡଳ, ଆୟୋଜକ ଶ୍ରୀଯୁକ୍ତ ଉମାଶଙ୍କର ଦାସପ୍ରମୁଖ ଉପସ୍ଥିତ ଥିଲେ l ସେଲିବ୍ରିଟି ବିଚାରକ ଭାବେ ଅଭିନେତା ହରିହର ଦାସ, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଏବଂ ବ୍ରାଣ୍ଡ ଅମ୍ବାସଡ଼ର ଭାବେ ଅର୍ଚ୍ଚିତା ସାହୁ, ଉପସ୍ଥାପନା ରେ ଶୁଭୋଜିତ ପଣ୍ଡା, ଉପଦେଷ୍ଟା ଭାବେ ଆମ ଟିଭି ଏବଂ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ଶ୍ରୀଯୁକ୍ତ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ l ରାଣୀ ବର୍ଗ ରେ ସମ୍ବଲପୁର ର ଝିଅ ଶ୍ରଦ୍ଧା ପ୍ରଧାନ ୱିନର ହୋଇଥିବା ବେଳେ ଭୁବନେଶ୍ୱରର ଡକ୍ଟର ମୋନାଲିସା ମିଶ୍ର ପ୍ରଥମ ରନର ଅପ୍ ଏବଂ ସବିତାରାଣୀ ମଲ୍ଲିକ ଦ୍ଵିତୀୟ ରନର ଅପ୍ ହୋଇଛନ୍ତି l ସେହିପରି ଶ୍ରୀଶକ୍ତି ବର୍ଗରେ ଛତିଶଗଡ ର ମହିମା ସହାରେ ଏବଂ ତେଷା ୱିନର ହୋଇଥିବା ବେଳେ ମାଳତୀ ଜଇଶ୍ୱାଲ ଏବଂ ଭୈଭବୀ ପ୍ରଥମ ରନର ଅପ୍, ବ୍ରହ୍ମପୁରର ଜଣେ ଭିନ୍ନକ୍ଷମ ଝିଅ ରଞ୍ଜନା ନାହାକ ଦ୍ଵିତୀୟ ରନର ଅପ୍ ହୋଇଛନ୍ତି l

ପ୍ରତ୍ୟେକ ନାରୀର ଇଚ୍ଛା ଥାଏ ହେଲେ କୌଣସି କାରଣରୁ ସେ ତାର ସ୍ୱାଧୀନ ଚିନ୍ତାଧାରା କୁ ଆଗକୁ ଆଣିବାରେ ସକ୍ଷମ ହୋଇନଥାଏ l ତାହାକୁ ଲୋକ ଲୋଚନକୁ ଆଣିବା ପାଇଁ ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଆଗକୁ ବଢ଼ାଇବା ପାଇଁ ଭୁବନେଶ୍ୱର ର ଜେମ୍ସ ଅଫ ଓଡିଶା ଆରମ୍ଭ କରିଥିଲା ଏହି ପ୍ରୟାସ l ଅନୁଷ୍ଠାନର ମୁଖ୍ୟ ଉମାକାନ୍ତ ଦାସ ଏବଂ ତାଙ୍କ ସହଧର୍ମିଣୀ ତଥା ସହଯୋଗୀ ମୁଖ୍ୟ ଅନିତା ମଣ୍ଡଳ ଏହି ପ୍ରୟାସ ଆରମ୍ଭ କରିଥିଲେ l ରାଜ୍ୟ ଭିତର ଏବଂ ରାଜ୍ୟ ବାହାର ଛତିଶଗଡ଼, ଗୋଆ, ମୁମ୍ବାଇ ଏବଂ ବାଙ୍ଗାଲୋର ର ବିଭିର୍ଣ୍ଣ ବର୍ଗର ମହିଳା, ଯୁବତୀ ଏପରି କି ଦିବ୍ୟାଙ୍ଗ ମାନଙ୍କୁ ଗତ ୨ମାସ ଧରି ପ୍ରଶିକ୍ଷିକଙ୍କ ଦ୍ୱାରା ଯୋଗ, ବିୟୁଟି ସହ ଅନ୍ୟାନ୍ୟ ଇଭେଣ୍ଟ ରେ ତାଲିମ ଦିଆଯାଇଥିଲା l ସେମାନଙ୍କ ମଧ୍ୟରୁ ଜୁରୀ ମାନଙ୍କ ଦ୍ୱାରା ମନୋନୀତ କୃତୀ ପ୍ରତିଯୋଗୀମାନେ ଫାଇନାଲ ରାଉଣ୍ଡ ରେ ଭାଗ ନେଇଥିଲେ l ଅନୁଷ୍ଠାର ମୁଖ୍ୟ ଉମାଶଙ୍କର ଦାସ ଏବଂ ସହଯୋଗୀ ମୁଖ୍ୟ ଅନିତା ମଣ୍ଡଳ ଙ୍କ ସହଯୋଗ ରେ ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଏନ ଏ ସି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ଆଇନଜୀବି ଚନ୍ଦ୍ର ଶେଖର ରେଡି, ଜୁରୀ ମେମ୍ବର ଡକ୍ଟର ସୁନିତା ୱାଧବନ, ସୁଧା ଚାନ୍ଦିନୀ ଖଟରୀ, ଡକ୍ଟର ଭୁବନେଶ୍ୱରୀ ଦେୱାନୀଗନ ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଭୁୟସୀ ପ୍ରଶଂସା କରିବା ସହ ଏହାକୁ ବ୍ୟାପକ କରିବା ପାଇଁ ମତ ପୋଷଣ କରିଥିଲେ l ଉଦଘୋଷକ ଶୁଭଜିତ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ୨ଟି ଭାଗରେ ବିଭକ୍ତ କରାଯାଇଛି l ରାଣୀ ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ଶ୍ରୀଶକ୍ତି l

Leave A Reply

Your email address will not be published.