ସମଲିଙ୍ଗୀ ବିବାହ: ଏପ୍ରିଲ ୧୮ରେ ପରବର୍ତ୍ତୀ ଶୁଣାଣି

0

ନୂଆଦିଲ୍ଲୀ(ଆମ ଟିଭି): ସମଲିଙ୍ଗୀ ବିବାହ ମାମଲାକୁ ନେଇ ଆଜି ସୁପ୍ରିମକୋଯରେ ଶୁଣାଣି ଥିଲା । ଯାହା ଘୁଞ୍ଚିଯାଇଛି । ଏପ୍ରିଲ ୧୮ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହି ମାମଲା ସାଧାରଣ ଲୋକଙ୍କ ସହ ଜଡିତ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ଏହାକୁ ଲାଇଭ ଷ୍ଟ୍ରିମିଂ କରିବାକୁ ଦାବି କରିଛନ୍ତି ଆବେଦନକାରୀ । ସେମାନେ କହିଛନ୍ତି କି ପୂରା ଦେଶ ଜାଣିବା ଦରକାର କଣ ଶୁଣାଣି ହେଉଛି ।

ଏହାପୂର୍ବରୁ ସୋମବାର ଆବେଦନ ଉପରେ ଶୁଣାଣି ହୋଇଥିଲା । ଏହାଦ୍ୱାରା ଆବେଦନକାରୀ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଉପରେ ଜବାବ ଦେବାକୁ ସମୟ ମାଗିଥିଲେ । ଶୁଣାଣି ସମୟରେ ଚିଫ ଜଷ୍ଟିସ ପଚାରିଥିଲେ କି ଏହି ମାମଲାରେ କେନ୍ଦ୍ର ସରକାର କଣ କହିବେ । ଆବେଦନକୁ ବିରୋଧ କରି କେନ୍ଦ୍ର ତରଫରୁ ସିଲିସେଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଥିଲେ କି, ଏହା ସାମାଜିକ ନୈତିକତା ଓ ଭାରତୀୟ ଲୋକାଚାରର ଅନୁରୂପ ନୁହେଁ ।

Leave A Reply

Your email address will not be published.