ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ହାଇକୋର୍ଟର ଦ୍ୱାରସ୍ତ ହେଲେ ସମୀର ମହାନ୍ତି

0

ଭୁବନେଶ୍ୱର (ଆମ ଟିଭି): ପୁଣି ସରଗରମ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ଏହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । ହାଇକୋର୍ଟର ଦ୍ୱାରସ୍ତ ହେଲେ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି । ରତ୍ନଭଣ୍ଡାର ଖୋଲି ତାର ସବିଶେଷ ତାଲିକା ପ୍ରସ୍ତୁତ କରିବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ରାଜ୍ୟପାଳ କିମ୍ବା ଜଣେ କାର୍ୟ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାରର ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ।

ରତ୍ମଭଣ୍ଡାରର ମରାମତି ନକରି ବିପଦ ସଙ୍କୁଳ ଅବସ୍ଥାରେ ରଖିବା ଅଭିଯୋଗ ଆଣିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ସମୀର ମହାନ୍ତି । ଆବେଦନରେ ଗଜପତି ଦିବ୍ୟ ସିଂହଦେବ, ଗୃହ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରସାସକ, ପୁରୀ ଜିଲ୍ଲାପାଳ, ଆଇନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।

 

Leave A Reply

Your email address will not be published.