ସନ୍ଦୀପ ପାଠକଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ଦେଲା ଆପ

0

ନୂଆଦିଲ୍ଳୀ: ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସନ୍ଦୀପ ପାଠକଙ୍କୁ ଆମ୍‌ ଆଦ୍‌ମୀ ପାର୍ଟି ଜାତୀୟ ସାଧାରଣ ସଚିବ ଭାବେ ନିଯୁକ୍ତି ଦେଇଛି। ପାଠକ ନିକଟରେ ହୋ‌ଇଥିବା ପଞ୍ଜାବ ଏବଂ ଗୁଜୁରାଟ ନିର୍ବାଚନରେ ଦଳର ନିର୍ବାଚନୀ ଇନ୍‌-ଚାର୍ଜ ଥିଲେ। ପଞ୍ଜାବରେ ଆପ୍‌ କଂଗ୍ରେସକୁ ପରାସ୍ତ କରିଛି। ତେବେ ଗୁଜୁରାଟରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କର ଏହି ଦଳ ମାତ୍ର ୫ଟି ଆସନ ହାତେଇଛି। ରାଜ୍ୟରେ ସମୁଦ‌ାୟ ୧୮୨ ଆସନ ଥିବା ବେଳେ ଆପ୍‌ ମାତ୍ର ୧୩ ପ୍ରତିଶତ ଭୋଟ୍‌ ପାଇଛି ।

ସନ୍ଦୀପ ପାଠକଙ୍କୁ ଦଳର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ (ଜାତୀୟ ସାଧାରଣ ସଚିବ) ଭାବେ ନିଯୁକ୍ତି ଦିଆଯାଇଛି। ଆପ୍‌ ତା’ର ଟ୍ବିଟର୍‌ ହ୍ୟାଣ୍ଡେ୍‌ଲରେ ଏହି ସୂଚନା ଦେଇଥିବା ବେଳେ ଦଳର ମୁଖ୍ୟ କେଜ୍ରିୱାଲ୍‌ ତାହାକୁ ସେୟାର କରି ପାଠକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

 

Leave A Reply

Your email address will not be published.