ମାର୍ଚ୍ଚ ୭ରେ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ସଙ୍ଗମା

0

ନୂଆଦିଲ୍ଲୀ (ଆମ ଟିଭି): ମେଘାଳୟରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସଙ୍ଗମା । ମାର୍ଚ ୭ ତାରିଖ ଦିନ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ କନ୍ରାଡ୍ ସଙ୍ଗ୍ମା ଶପଥ ଗ୍ରହଣ କରିପାରନ୍ତି ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଯୋଗ ଦେଇ ପାରନ୍ତି।

ବିଧାନସଭା ନିର୍ବାଚନରେ ୨୬ଟି ଆସନରେ ବିଜୟୀ ହୋଇ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ‘ନ୍ୟାସ୍ନାଲ୍ ପିପୁଲ୍ସ୍ ପାର୍ଟି’ର ନେତା ଆଜି ମେଘାଳୟର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ସହିତ ନୂଆ ସରକାର ଗଠନ କରିବା ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତି। ସଙ୍ଗ୍ମା ଦାବି କରିଛନ୍ତି ଯେ, ତାଙ୍କ ପ୍ରତି ୩୨ଜଣ ବିଧାୟକଙ୍କ ସମର୍ଥନ ରହିଛି। କିନ୍ତୁ, ତାଙ୍କୁ ସମର୍ଥନ କରୁଥିବା ଦଳଗୁଡ଼ିକର ନାଁ ଉଲ୍ଲେଖ କରିବା ଲାଗି ସେ ମନା କରି ଦେଇଛନ୍ତି।

Leave A Reply

Your email address will not be published.