GST କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୟ କୁମାର ସିଂହ

0

ଭୁବନେଶ୍ୱର (ଆମ ଟିଭି): ନୂଆ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୟ କୁମାର ସିଂହ । ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ବାଣିଜ୍ୟ କର ତଥା ଜି.ଏସ୍.ଟି କମିଶନର ଭାବେ ମଙ୍ଗଳବାର ଅପରାହ୍ନରେ କଟକସ୍ଥିତ ମୁଖ୍ୟ କାର୍ୟ୍ୟାଳୟରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ବାଣିଜ୍ୟ କର ଭବନ କାର୍ୟ୍ୟାଳୟରେ ଶ୍ରୀ ସିଂହ ପହଂଚିବା ପରେ ସେଠାରେ ସ୍ୱତନ୍ତ୍ର ଆୟୁକ୍ତ ମାନଭଞ୍ଜନ ଆଚାର୍ୟ୍ୟ ଏବଂ କୁଞ୍ଜ ବିହାରୀ ପଣ୍ଡା, ଅତିରିକ୍ତ ଆୟୁକ୍ତ ବନିତା ଦାସ, ସଦାଶିବ ପଣ୍ଡା, ଦୀପଙ୍କର ସାହୁ ଏବଂ ନିହାର ରଞ୍ଜନ ନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ ।

ଶ୍ରୀ ସିଂହ ବିଭାଗୀୟ କାର୍ୟ୍ୟପଦ୍ଧତି ସମ୍ବନ୍ଧରେ ପଚାରି ବୁଝିଥିଲେ । ପରେ ପରେ ଶ୍ରୀ ସିଂହ ଅଧିକାରୀମାନଙ୍କ ସହ ଏକ ବୈଠକରେ ମିଳିତ ହୋଇଥିଲେ । ବାଣିଜ୍ୟକର ତଥା ଦ୍ରବ୍ୟ ଓ ସେବାକର ବିଭାଗୀୟ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ଏହାର ସୁଫଳ ଯେପରି ଉପଭୋକ୍ତାମାନେ ପାଇପାରବେ ସେ ଦିଗରେ ଯନିବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ଦ୍ରବ୍ୟ ଓ ସେବାକର କ୍ଷେତ୍ରରେ ପ୍ରବର୍ତିତ ହେଉଥିବା ସଂସ୍କାର ପ୍ରକ୍ରିୟାକୁ ଦୃଷ୍ଟିରେ ରଖି କାର୍ୟ୍ୟାନ୍ୱୟନ କଲେ ସୁଫଳ ମିଳି ।ରିବ ବୋଲି ସେ ପ୍ରକାଶ କରିଥିଲେ । ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

 

Leave A Reply

Your email address will not be published.