ସଞ୍ଜୟ ରାଉତଙ୍କୁ ମିଳିଲା ବିପଦ ପୂର୍ଣ୍ଣ ଧମକ

0

ନୂଆଦିଲ୍ଲୀ : ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବେ ଉଦ୍ଧବ ଠାକରେଙ୍କ ଶିବସେନାର ସାଂସଦ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରିଛି। ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଞ୍ଜୟ ରାଉତଙ୍କୁ ମିଳିଛି ହତ୍ୟା ଧମକ। ତାଙ୍କୁ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ଭଳି ହତ୍ୟା କରାଯିବ ବୋଲି ଗ୍ୟାଙ୍ଗ ପକ୍ଷରୁ କୁହାଯାଇଛି। ଏଥିସହ ତାଙ୍କୁ ହିନ୍ଦୁ ବିରୋଧୀ ବୋଲି ଲରେନ୍ସ ଗ୍ୟାଙ୍ଗ ପକ୍ଷରୁ ଆକ୍ଷେପ କରାଯାଇଛି। ଏନେଇ ସଞ୍ଜୟ ରାଉତ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।

ଧମକ ମେସେଜରେ ଗ୍ୟାଙ୍ଗ ପକ୍ଷରୁ କୁହାଯାଇଛି ଯେ “ତୁ ଦିଲ୍ଲୀରେ ଦେଖାଦେ, ତତେ ଏକେ ୪୭ରେ ଉଡ଼ାଇ ଦେବି। ତୋର ବି ମୁସେୱାଲା ଭଳି ଅବସ୍ଥା ହେବ। କେବଳ ସମୟକୁ ଅପେକ୍ଷା କର।”

ଧମକ ମେସେଜ ଦେଇଥିବା ବ୍ୟକ୍ତି ଜଣକ ସାଂସଦ ସଞ୍ଜୟ ରାଉତ ଓ ସଲମାନ ଖାନଙ୍କୁ ମାରିବାକୁ ଖୋଲା ଧମକ ମଧ୍ୟ ଦେଇଛି। ପୂର୍ବରୁ ମଧ୍ୟ ଲରେନ୍ସ ବିଷ୍ଣୋଇ ଓ ତା’ ଗ୍ୟାଙ୍ଗର ସଦସ୍ୟ ଅଭିନେତା ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଏବେ ସେମାନେ ସଲମାନଙ୍କ ସହ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରିଛନ୍ତି।

ଧମକ ସମ୍ପର୍କରେ ପୁଲିସ୍‌ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି। ପୁଣେ ପୁଲିସ ଶୁକ୍ରବାର ରାତିରେ ଜଣେ ସନ୍ଦିଗ୍ଧକୁ କାବୁ କରିବା ସହ ମୁମ୍ବାଇ ପୁଲିସ୍‌କୁ ହସ୍ତାନ୍ତର କରିଛି। ଏବେ ତା’କୁ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରାଯାଉଛି।

Leave A Reply

Your email address will not be published.