ମୁମ୍ବାଇ (ଆମ ଟିଭି): ଜାତୀୟ ରାଜନୀତିରେ ଏବେ ମହାରାଷ୍ଟ୍ର ରାଜନୀତିକୁ ନେଇ ଜୋରରେ ଚର୍ଚ୍ଚା । ଏନସିପି ନେତା ଅଜିତ ପାୱାର ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି । ସିନ୍ଦେ ସରକାରରେ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଛି । ତାଙ୍କସହ ୧୮ ଜଣ ଏନସିପି ବିଧାୟକ ମଧ୍ୟ ସିନ୍ଦେ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି । ସିନ୍ଦେ ସରକାରଙ୍କୁ ସମର୍ଥନ ଜଣାଇଥିବା ଏନସିପିର ୧୮ ଜଣ ବିଧାୟକଙ୍କ ମଧ୍ୟରୁ ୯ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି । ଏହା ମଧ୍ୟରେ ଏନସିପି ଶିବସେନା (ଉଦ୍ଧବ ଗ୍ରୁପ)ର ନେତା ସଂଜୟ ରାୱତଙ୍କ ବୟାନ ଆସିଛି ।
ମହାରାଷ୍ଟ୍ର ଘଟଣାକ୍ରମକୁ ନେଇ ସଂଜୟ ରାୱତ ଏକ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି , କିଛି ଲୋକ ମହାରାଷ୍ଟ୍ର ରାଜନୀତିକୁ ସମାପ୍ତ କରିବାକୁ ଠିକା ନେଇଛନ୍ତି । ସେମାନଙ୍କ ସେମାନଙ୍କ ଢଙ୍ଗରେ ଚାଲିବାକୁ ଛାଡି ଦିଆଯାଉ ବୋଲି ସେ ଲେଖିଛନ୍ତି । ଏହାସହ ଏଭଳି ଘଟଣା କ୍ରମରେ ସେ ଏନସିପି ନେତା ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି । ଶରଦ ପାୱାର ମଜବୁତ ଅଛନ୍ତି ଓ ପୁଣି ଉଦ୍ଧବ ଠାକରେଙ୍କ ସହ ସଂପର୍କ ପୁନଃନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିବା କଥା ସଂଜୟ ରାୱତ ତାଙ୍କ ଟ୍ୱିଟରେ ଲେଖିଛନ୍ତି ।