ସଞ୍ଜୟ ରାୱତଙ୍କ ବଢିଲା ଅଡୁଆ, ଆହୁରି ୧୪ ଦିନ ବଢିଲା ନ୍ୟାୟିକ ହେପାଜତ
ମୁମ୍ବାଇ(ଆମ ଟିଭି): ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାୱତଙ୍କ ବଢିଲା ଅଡୁଆ । ଆହୁରି ୧୪ ଦିନ ବଢିଲା ନ୍ୟାୟିକ ହେପାଜତ । ଏବେ ଅର୍ଥ ହେରଫେର ମାମଲାରେ ଜେଲରେ ଅଛନ୍ତି ସଞ୍ଜୟ । ତେବେ ସୋମବାର ଏହି ମାମଲାରେ ତାଙ୍କୁ ପିଏମଏଲଏ ବିଶେଷ ଅଦାଲତ ସାମ୍ନାରେ ହାଜର କରାଯାଇଥିଲା। ଯେଉଁଠି ବିଚାରପତି ଏମଜି ଦେଶପାଣ୍ଡେ ସଞ୍ଜୟଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି । ସଞ୍ଜୟ ରାୱତଙ୍କୁ ଗତ ଅଗଷ୍ଟ ୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା ।
ଅର୍ଥ ହେରଫେର ଘଟଣା ତଥା ପାତ୍ରା ଚଲର ପୁର୍ନବିକାଶ ମାମଲାରେ ତାଙ୍କୁ ଇଡି ଗିରଫ କରିଥିଲା । ହେଲେ ସୋମବାର ତାଙ୍କ ନ୍ୟାୟିକ ହେପାଜତ ଶେଷ ହେବା ପରେ ତାଙ୍କୁ ବିଚାରପତିଙ୍କ ସାମ୍ନାରେ ହାଜର କରାଯାଇଥିଲା । ଯେଉଁଠି ତାଙ୍କର ନ୍ୟାୟିକ ହେପାଜତକୁ ବଢାଇ ଦିଆଯାଇଛି । ତେବେ ଶିବସେନାର ଏହି ନେତା ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି । ନ୍ୟାୟିକ ହେପାଜତ ୧୪ ଦିନ ପାଇଁ ବଢିବା ପରେ ଏବେ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ସଞ୍ଜୟଙ୍କୁ ଜେଲରେ ରହିବାକୁ ପଡିବ ।