ସଞ୍ଜୟ ସିଂ ହେଲେ ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ସଚିବ

0

ଭୁବନେଶ୍ବର (ଆମ ଟିଭି): ସଞ୍ଜୟ ସିଂଙ୍କୁ ନୂଆ ଦାୟିତ୍ୱ । ଗ୍ରାମ୍ୟ ଉନ୍ନୟନର ପ୍ରମୁଖ ସଚିବ ହେଲେ ସଞ୍ଜୟ ସିଂହ । ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ସଚିବ ଥିବା ସଞ୍ଜୟଙ୍କୁ ମିଳିଛି ନୂଆ ଦାୟିତ୍ବ । ସଞ୍ଜୟ କୁମାର ସିଂ ଗ୍ରାମ୍ୟ ଉନ୍ନୟନର ଦାୟିତ୍ୱ ନେବା ସହ ବିଡିଏର ଉପାଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିବେ ।
ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ନିର୍ବାହ କରିଛନ୍ତି ସଞ୍ଜୟ। ପୁଣି ତାଙ୍କୁ ଏକ ଗରୁ ଦାୟିତ୍ୱ ମିଳିଛି । ୧୯୯୭ ବ୍ୟାଚର ଏହି ଭାରତୀୟ ପ୍ରଶାସନିକ ଅଧିକାରୀ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଭାବେ କାର୍ୟ୍ୟ କରିଛନ୍ତି । ଓଡ଼ିଶା ପ୍ରଶାସନରେ ତାଙ୍କର ଅଭିଜ୍ଞତା ରହିଛି ।

Leave A Reply

Your email address will not be published.