ଶରଦ ପାୱାର ମୋ ଗୁରୁ: ପ୍ରଫୁଲ୍ଲ ପଟେଲ୍

0

ମୁମ୍ବାଇ (ଆମ ଟିଭି): ମହାରାଷ୍ଟ୍ରର ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ଏହାରି ଭିତରେ ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ ପଟେଲ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଜଣେ ଘନିଷ୍ଠ ସହଯୋଗୀ ରହି ଆସୁଥିଲେ ବି ଏବେ ଅଜିତ ପାୱାରଙ୍କ ଆଡକୁ ତାଙ୍କର ଢଳିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ହଟଚମଟ ଭିତରେ ରବିବାର ଅଜିତ ପାୱାରଙ୍କ ସହ ମିଶି ସିନ୍ଦେ ସରକାରରେ ସାମିଲ ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଏହାକୁ ନେଇ ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ସେ ଶରଦ ପାୱାରଙ୍କୁ ନିଜ ଗୁରୁ ବୋଲି ମାନନ୍ତି । ଶରଦ ପାୱାର ସବୁବେଳେ ତାଙ୍କ ପାଇଁ ଜଣେ ମେଣ୍ଟର ଓ ଗୁରୁଙ୍କ ଭଳି ମାର୍ଗ ଦର୍ଶନ କରିଆସିଛନ୍ତି । ସେ ଏନସିପି ନେତାଙ୍କ ପାଇଁ ବାପା ସମାନ ।୨୦୨୨ରେ ଯେତେବେଳେ ଏକନାଥ ସିନ୍ଦେ ନିଜ ସହ ୪୦ ବିଧାୟକଙ୍କୁ ନେଇ ଶିବସେନା ବିରୋଧରେ ମୋର୍ଚ୍ଚା ଆରମ୍ଭ କଲେ ସେତେବେଳେ ଏନସିପିର ୫୧ ବିଧାୟକ ଥିଲେ । ସେତେବେଳେ ଏନସିପିର ବିଧାୟକମାନେ ଅନୁଭବ କରିଥିଲେ ଯେ, ସେମାନଙ୍କୁ ସରକାରଙ୍କ ସହ ହାତ ମିଳେଇବା ଦରକାର ।

Leave A Reply

Your email address will not be published.