୨୦୧୪, ୨୦୧୯ରେ ସରକାରରେ ସାମିଲ ହେବାକୁ ବିଜେପି ସହ କଥା ହୋଇଥିଲି : ଶରଦ ପାୱାର

0

ମୁମ୍ବାଇ (ଆମ ଟିଭି): ଦୀନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି। ମହାରାଷ୍ଟ୍ର ରାଜନୀତି ଆଗକୁ କେଉଁ ମୋଡ ନେବ ତାହାକୁ ନେଇ ଏବେ ବି ଅନେକ ଦ୍ୱନ୍ଦ୍ୱରେ । ଅଜିତ ପାୱାର ସିନ୍ଦେ ସରକାରରେ ସାମିଲ ହେବା ପରେ ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଗୋଟିଏ ପଟେ ଅଜିତ ପାୱାରଙ୍କ ଗୋଷ୍ଠୀ ଏବଂ ଅନ୍ୟପଟେ ଶରଦ ପାୱାରଙ୍କ ଗୋଷ୍ଠୀ । ଏନସିପି କାହା ଦଖଲକୁ ଯିବ ତାହା ଏଯାଏଁ ସ୍ପଷ୍ଟ ହୋଇପାରୁନି । ଏସବୁ ଭିତରେ ଜାତୀୟ ଗଣମାଧ୍ୟମକୁ ଶରଦ ପାୱାର ବଡ ବୟାନ ଦେଇଛନ୍ତି । ୨୦୧୪, ୨୦୧୯ ନିର୍ବାଚନ ପରେ ସରକାରରେ ସାମିଲ ହେବାକୁ ବିଜେପି ସହ ଆଲୋଚନା କରିଥିଲି କିନ୍ତୁ ବିଚାରଧାରା ଭିନ୍ନ ହୋଇଥିବାରୁ ଏହି ପ୍ରକ୍ରିୟା ଆଗକୁ ବଢିନଥିଲା । ଗଣତନ୍ତ୍ରରେ କୌଣସି ଦଳ ସହ ଆଲୋଚନା କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ସବୁଠୁ ବଡ କଥା ହେଲା, ମୁଁ କେବେ ବି ବିଜେପି ସହ ମେଣ୍ଟ କରିନି ।

ଏହାସହ ଶରଦ କହିଛନ୍ତି, ମୁଁ ୮୨ ବର୍ଷ ବୟସରେ ବି କାମ କରିପାରୁଛି । ଏବେ ମୁଁ ବୁଢା ହୋଇନି । ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉକ୍ତିକୁ ମନେ ପକାଇ କହିଛନ୍ତି, ନା ମୁଁ ଏବେ ଥକିଛି ନା ଏବେ ଅବସର ନେଇଛି । ମୋତେ ଅବସର ନେବାକୁ କହୁଥିବା ବ୍ୟକ୍ତି କିଏ? ମୁଁ ଏବେ ବି କାମ କରିପାରୁଛି । ଯଦି ଦଳର ସଭାପତି ଭାବେ ମୋର ନିଯୁକ୍ତି ଅବୈଧ ତେବେ ପ୍ରଫୁଲ୍ଲ ପଟେଲ ଓ ଅନ୍ୟ ନେତାଙ୍କ ନିଯୁକ୍ତି ମଧ୍ୟ ଅବୈଧ ।

Leave A Reply

Your email address will not be published.