ଶରତ ପଟ୍ଟନାୟକ ନୂଆ ପିସିସି ସଭାପତି
ଭୁବନେଶ୍ବର(ଆମ ଟିଭି ): ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତନ ନେଇ ଦୀର୍ଘଦିନ ଧରି ଯେଉଁ ଚର୍ଚ୍ଚା ହେଇଆସୁଥିଲା ସେଥିରେ ଦ ଏଣ୍ଡ ହୋଇଛି। ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ସଭାପତି ନିଯୁକ୍ତ କରାଯାଇଛି । ଏ ସଂକ୍ରାନ୍ତରେ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ କହିରଖୁ କି, ଶରତ ପଟ୍ଟନାୟକ ପୂର୍ବରୁ ମଧ୍ୟ ପିସିସି ସଭାପତି ଭାବେ କାର୍ଯ୍ୟ କରିଥିଲେ।
ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ ଶରତ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ପିସିସି ସଭାପତି ଭାବେ ନିଯୁକ୍ତି ଦେଇଥିବାରୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଉଛି। କଂଗ୍ରେସ କର୍ମୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ତାଙ୍କୁ କଂଗ୍ରେସରେ ବଡ଼ ଦାୟିତ୍ବ ମଳିଛି। ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବୁ। ସମସ୍ତଙ୍କୁ ନେଇ ନିର୍ବାଚନରେ ଲଢ଼ିବୁ। ସେ କହିଛନ୍ତି ଯେ, ସଂଗଠନକୁ ମଜବୁତ କରାଯିବ। ୨୦୨୪ ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତ ପ୍ରସ୍ତୁତ କରି କାମ କରିବୁ।