ସାର୍ଥକ ଟିଭି ରେ ଅଭିନେତା ଅର୍ଦ୍ଧେନ୍ଦୁ ଆଉ ତମନ୍ନା।
ପ୍ରଥମେ ସାର୍ଥକ ଟିଭି ର ରିୟଲିଟି ସୋ ” ରଜ କୁଇନ୍” ର ଜଜ୍ ହେଲେ ଅଭିନେତା ଅର୍ଦ୍ଧେନ୍ଦୁ । ନିଖୁଣ ଆଉ ନିରପେକ୍ଷ ବିଚାର ସହ ଅନେକ ସମୟରେ ଅଭିନୟ ଓ ନୃତ୍ୟ ମାଧ୍ୟମରେ ପ୍ରତିଯୋଗୀମାନଙ୍କ ହୃଦୟ ରେ ସ୍ଥାନ ପାଇଥିଲେ। ବ୍ଲାକମେଲ୍ ର ସୁପରହିଟ ଯୋଡି ଅର୍ଦ୍ଧେନ୍ଦୁ ତମନ୍ନା ପୁଣି ରାଜ କରିବେ ଦର୍ଶକମାନଙ୍କ ହୃଦୟ ରେ। ” ହାଏ ତୋ ପ୍ରେମର ରଙ୍ଗୋଲି ” ଗୀତ ଏବେବି ଓଡ଼ିଶାର ଦର୍ଶକମାନଙ୍କ ମନରେ ଛାପି ହୋଇ ରହିଛି। ସାର୍ଥକ ଟିଭି ପ୍ରଯୋଜିତ ଓ କେ ମୂରଲିକ୍ରିଷ୍ନା ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର” ଷଷ୍ଠ ରୁ ନଷ୍ଟ” ରେ ଅଭିନେତା ଅର୍ଦ୍ଧେନ୍ଦୁ ଓ ତମନ୍ନା ପୁଣି ଥରେ କମାଲ କରିବେ। ଚଳଚ୍ଚିତ୍ର ରେ ସଂଳାପ ରଚନା କରିଛନ୍ତି ଦୀପକ କୁମାର ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଗୁଡଲି ରଥ । ଚଳଚ୍ଚିତ୍ର ର ପ୍ରଯୋଜନା କରୁଛନ୍ତି ସୂର୍ଯ୍ୟ ରଥ। ଆଗାମୀ ଦଶହରା ଅବସରରେ ଅକ୍ଟୋବର ମାସରେ ଶୁଭମୁକ୍ତି କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ। ଅର୍ଦ୍ଧେନ୍ଦୁ” ଅ ଆ ର୍ଷଇ”,”ଟପୋରୀ”, “ବ୍ଲାକମେଲ”,” ମୁଁ ପରଦେଶୀ ଚଢେଇ” ଭଳି ଅନେକ ସୁପରହିଟ ଚଳଚ୍ଚିତ୍ର କରିବା ସହ “ମୁଁ ପରଦେଶୀ ଚଢେଇ” ପାଇଁ ଶ୍ରେଷ୍ଠ ଅଭିନେତା ର ସମ୍ମାନ ପାଇଛନ୍ତି। ସବୁବେଳେ ନୂଆ ନୂଆ କାହାଣୀ ଓ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତା ଅର୍ଦ୍ଧେନ୍ଦୁ ଏଥର ନିଶ୍ଚୟ କମାଲ ଦେଖେଇବେ ବୋଲି ଦର୍ଶକ ମହଲରେ ଆଲୋଚନା ଚାଲିଛି।