ସତ୍ୟପାଲ୍ ଚନ୍ଦ୍ରାଙ୍କ ନୂଆ ପୁସ୍ତକ ଏ ପ୍ରମିଶ୍ ଏମଙ୍ଗ୍ ଦି ଡାର୍କ ଉଇଙ୍ଗସ୍ ଉନ୍ମୋଚିତ
ଭୁବନେଶ୍ୱର (ଆମ ଟିଭି): ବିଶିଷ୍ଟ ଲେଖକ ତଥା ପ୍ରତିଷ୍ଠିତ ଉଦ୍ୟୋଗପତି ସତ୍ୟପାଲ ଚନ୍ଦ୍ରାଙ୍କ ନୂଆ ବହି ଉନ୍ମୋଚିତ ହୋଇଛି । ଭୁବନେଶ୍ୱରର ଆଥିୟା ହୋଟେଲରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଛି । ପୁସ୍ତକର ନାଁ ରହିଛି ଏ ପ୍ରମିଶ ଏମଙ୍ଗ ଦି ଡାର୍କ ଉଇଙ୍ଗସ । ନୂଆବର୍ଷ କାର୍ୟ୍ୟକ୍ରମରେ ଭେଟିଥିବା ତରୁଣ ତରୁଣୀଙ୍କ ପ୍ରେମ ଉପରେ ଆଧାରିତ ହୋଇଛି ଏହି ପୁସ୍ତକ । କୋଡିଏ ହଜାର ବର୍ଷ ତଳର ଏକ ରୋମାଞ୍ଚିତ ଓ ରହସ୍ୟମୟ ପ୍ରେମ କାହାଣୀ ଏଥିରେ ସ୍ଥାନ ପାଇଛି । ପୁର୍ବରୁ ଦଶଟି ଚମତ୍କାର ନଭେଲ ଲେଖି ଖ୍ୟାତି ଅର୍ଜନ କରିଥିବା ସତ୍ୟପାଲ ଏହି ନୂଆ ପୁସ୍ତକକୁ ନେଇ ବେଶ ଆଶାବାଦୀ ଅଛନ୍ତି ।

ସତ୍ୟପାଲ ଏକାଧାରରେ ଜଣେ ଲେଖକ ଓ ଉଦ୍ୟୋଗପତି । ବିଶ୍ୱର ପ୍ରଥମ ଭିଜୁଆଲ ୱେବ ବ୍ରାଉଜର ମ୍ୟାଗ ଟ୍ୟାପର ପ୍ରତିଷ୍ଠାତା ହେଉଛନ୍ତି ସେ । ମ୍ୟାଗ ଟ୍ୟାପ ସାହାଯ୍ୟରେ ଇଣ୍ଟରନେଟ ବ୍ୟବହାରକାରୀ ମାନେ ସହଜରେ ଭିଜୁଆଲ ବ୍ରାଉଜ, ଭିଜୁଆଲ ଡକୁମେଣ୍ଟ ଓ ଭିଜୁଆଲ ଡ଼ିକସିନାରି ପଢି ପାରୁଛନ୍ତି ।