ମଣିପୁର ଘଟଣାକୁ ନେଇ ମୋଦୀଙ୍କ ଉପରେ ବର୍ଷିଲେ ସତ୍ୟପାଲ

0

ନୂଆଦିଲ୍ଲୀ: ମଣିପୁର ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ୨ ଜଣ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାସ୍ତାରେ ଚଲାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଏହାକୁ ନେଇ ଦେଶବ୍ୟାପୀ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂସଦଠୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସବୁଠି ମଣିପୁର ତାତି। ତେବେ ଏହାକୁ ନେଇ ଜମ୍ମୁକଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ ‘ମନ କି ବାତ’ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଘଣ୍ଟା ଘଣ୍ଟା ଧରି କହିପାରୁଥିବା ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରର ଅମାନବୀୟ ଘଟଣା ତଥା ଦେଶର ଲଜ୍ଜାଜନକ ଘଟଣା ବିଷୟରେ ମାତ୍ର ୩୬ ସେକେଣ୍ଡ ପାଇଁ କହିଲେ। ତାଙ୍କର କିଛି ସେକେଣ୍ଡର ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି | ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ମଣିପୁର ହିଂସା ସମ୍ପର୍କରେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ ସମେତ ଅନ୍ୟାନ୍ୟ ଘଟଣାରେ ଘଣ୍ଟା ଘଣ୍ଟା ଧରି କହିବା ପାଇଁ ବେଶ ଜଣାଶୁଣା। କିନ୍ତୁ ଜଳୁଥିବା ମଣିପୁର ପାଇଁ କେବଳ ୩୬ ସେକେଣ୍ଡ ବିବୃତ୍ତି ଦେବା ଆଶ୍ଚର୍ଯ୍ୟ ଲାଗୁଛି |

Leave A Reply

Your email address will not be published.