ସତ୍ୟେନ୍ଦ୍ର ଜୈନଙ୍କ ଝଟକା

0

ନୂଆଦିଲ୍ଲୀ: ଜଷ୍ଟିସ୍‌ ବେଲା ଏମ୍‌ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ଏକ ଖଣ୍ଡପୀଠରେ ତାଲିକାଭୁକ୍ତ ମନି ଲଣ୍ଡରିଂ ମାମଲାରେ ଆପ୍‌ ନେତା ସତ୍ୟେନ୍ଦ୍ର କୁମାର ଜୈନଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରଖିବାକୁ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ମନା କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସଂପ୍ରତି ଅନ୍ତରୀଣ ଜାମିନରେ ଥିବା ଜୈନଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ତାଙ୍କ ଆବେଦନର ପ୍ରସ୍ତାବିତ ଶୁଣାଣିକୁ ସ୍ଥଗିତ ରଖିବାକୁ ଅନୁରୋଧ କରା ଯାଇଥିଲା।

ଜୈନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି କହିଥିଲେ ଯେ ‘ଜଷ୍ଟିସ୍‌ ଏଏସ୍‌ ବୋପାନ୍ନା ଓ ଜଷ୍ଟିସ୍‌ ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଯଥେଷ୍ଟ ଯୁକ୍ତି ଶୁଣାଣି କରିଛନ୍ତି ଏବଂ ଏବେ ଏହି ମାମଲା ସେହି ଖଣ୍ଡପୀଠରେ ତାଲିକାଭୁକ୍ତ ହୋଇଛି, ଯେଉଁଥିରେ ଜଷ୍ଟିସ୍‌ ବୋପାନ୍ନା ଅଂଶ ନୁହଁନ୍ତି। ତେଣୁ, ଆମେ ଶୁଣାଣି ସ୍ଥଗିତ ରଖିବାକୁ ଚାହୁଁଛୁ। ଯଦି ପ୍ରଧାନ ବିଚାରପତି ଚାହିବେ ମାମଲାର କାଗଜପତ୍ର ଦେଖିପାରିବେ’ ବୋଲି ବରିଷ୍ଠ ଓକିଲ ସିଂଘଭି କହିଥିଲେ।

Leave A Reply

Your email address will not be published.