ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ଏବେ ହେଲା “ମୋ ସିନେମା”

0

ଭୁବନେଶ୍ୱର:କଳାକାର,ପ୍ରଯୋଜକ,ନିର୍ଦ୍ଦେଶକ,କ୍ୟାମେରାମ୍ୟାନ,ସଂଙ୍ଗଈତ ନିର୍ଦ୍ଦେଶକ ,ସଂଳାପକାରମାନେ ଯୋଗ ଦେଇ “ଆମ ସିନେମା ” ନାମରେ ଏଥର ଆଗାମୀ କାର୍ଯ୍ୟକ୍ରମ ହେବ ବୋଲି ପ୍ରେସ ଇସ୍ତାହାରରେ ସୂଚନା ଦେଇଥିଲେ।

ଗତକାଲି ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ର ଅଧ୍ୟକ୍ଷ କୁନା ତ୍ରିପାଠୀ ଫଳରସ ପିଆଇ ଆମରଣ ଅନଶନ ରେ ବସିଥିବା ପ୍ରଥା ଚଳଚ୍ଚିତ୍ରର ପ୍ରଯୋଜିକା ସନଲିଶା ପଟେଲ୍ ଙ୍କୁ ଅନଶନ ରୁ ଉଠାଇଥିଲେ।କିନ୍ତୁ ମଙ୍ଗଳବାର ୫ଦଫା ଦାବି ସଂପର୍କରେ ଆଲୋଚନା ପର୍ଯ୍ୟନ୍ତ ସନଲିଶା ପଟେଲ୍ ଓ ମୋ ସିନେମାର କର୍ମକର୍ତ୍ତାମାନେ ଆମରଣ ଅନଶନରେ ନବସି ପ୍ରତୀକ ଅନଶନରେ ବସିଛନ୍ତି।

ଆଜି “ମୋ ସିନେମା” ପରିବାର ତରଫରୁ ଏକାଠି ହୋଇ ମଙ୍ଗଳବାର

ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନେତୃତ୍ବରେ ହେବାକୁ ଥିବା ଆଲୋଚନା ରେ କଣ କଣ ପ୍ରସଙ୍ଗ ଉତଥାପନ ହେବ ଓ କେଉଁମାନେ ଭାଗନେବେ ସେମାନଙ୍କର ନାମ ପ୍ରସ୍ତୁତ କରାଯାଇଥିଲା।

ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ପ୍ରଯୋଜକ ଓ ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ର,ଅବତାର ସିଂ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା,ବବି ଇସଲାମ୍,ତାପସ ସରଘରିଆ,ଗିରିଶ ମହାନ୍ତି,ବରିଷ୍ଠ ଅଭିନେତ୍ରୀ ମହେଶ୍ବତା ରାୟ,ଅପରାଜିତା ମହାନ୍ତି,ପ୍ରତିଭା ପଣ୍ଡା,ପିଙ୍କି ପ୍ରଧାନ,ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି,ସୋହମ ସିଂ,ଅଖିଳ ପଟ୍ଟନାୟକ, ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ,ଗୀତିକାର ନିର୍ମଳ ନାୟକ,ସୂର୍ଯ୍ୟ ମହାପାତ୍ର,ସଂଳାପକାର ଡ଼ ରଜନୀ ରଞ୍ଜନ,ବରିଷ୍ଠ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ବରିଷ୍ଠ ଅଭିନେତ୍ରୀ ମହେଶ୍ବତା ରାୟଙ୍କୁ ଆମ ସିନେମାର ମୁଖପାତ୍ର ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.