ଖରାଦିନେ ଶରୀରରୁ ଝାଳ ବାହାରିବା ସାଧାରଣ କଥା। କିନ୍ତୁ ଏହି ଝାଳରୁ ଯଦି ଦୁର୍ଗନ୍ଧ ହୁଏ, ତେବେ ସେଥିରୁ ଲଜ୍ଜା ଓ ଅସୁବିଧା ହୋଇପାରେ। ବାରମ୍ବାର ଗାଧୋଇଲେ ମଧ୍ୟ ଯଦି ଦେହରୁ ଖରାପ ବାସ୍ନା ଆସୁଛି, ତେବେ କିଛି ସରଳ ଘରୋଇ ଉପାୟ ଅନୁସରଣ କରିଲେ ଏହାର ସମାଧାନ ମିଳିପାରେ। ଆସନ୍ତୁ ଏହା ବିଷୟରେ ଜାଣିବା।
ଝାଳ ଦୁର୍ଗନ୍ଧ କାହିଁକି ହୁଏ?
ଶରୀରରେ ଥିବା ଘାମ ଗ୍ରନ୍ଥିରୁ ଝାଳ ବାହାରେ। ଝାଳ ସ୍ୱତଃ ଗନ୍ଧହୀନ, କିନ୍ତୁ ଚର୍ମରେ ଥିବା ବ୍ୟାକ୍ଟେରିଆ ସହ ମିଶିଲେ ଦୁର୍ଗନ୍ଧ ସୃଷ୍ଟି କରେ। ଖରାଦିନେ ଅଧିକ ଗରମ ହେବାରୁ ଏହି ସମସ୍ୟା ବଢ଼ିଯାଏ।
ବେକିଂ ସୋଡା ଓ ଲେମ୍ବୁର ଉପାୟ
ଦୈନନ୍ଦିନ ଘରେ ମିଳୁଥିବା ବେକିଂ ସୋଡା ଓ ଲେମ୍ବୁ ଦୁର୍ଗନ୍ଧ ଦୂର କରିବାରେ ଖୁବ୍ ଉପକାରୀ।
ପ୍ରକ୍ରିୟା:୨ ଚାମଚ ବେକିଂ ସୋଡାରେ ୨–୩ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁଏହି ପେଷ୍ଟକୁ କାଖରେ ଲଗାଇ ୧୫ ମିନିଟ ରଖନ୍ତୁ
ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।ଏହା ଦୁର୍ଗନ୍ଧ କମାଏ।କଳା ଦାଗ ହ୍ରାସ କରେ ଓ ବ୍ୟାକ୍ଟେରିଆ ନଷ୍ଟ କରିଥାଏ।
ଗାଧୋଇବା ସମୟରେ ଲେମ୍ବୁ ପାଣି
ଗାଧୋଇବା ସମୟରେ ପାଣିରେ କିଛି ଲେମ୍ବୁ ରସ ମିଶାଇ ଗାଧାନ୍ତୁ।
ଶରୀରର pH ସନ୍ତୁଳନ ରଖେ।ଦୁର୍ଗନ୍ଧ ଦୂର କରେ।ସତେଜତା ଦିଏ।ଡିଓଡରେଣ୍ଟ ନଥିଲେ, ଲେମ୍ବୁ ଟୁକୁଡ଼ାକୁ କାଖରେ ହଳୁକା ଘସି ପାରିବେ।
ନିମ୍ବ ପତ୍ର ପାଣି
ନିମ୍ବ ପତ୍ରକୁ ପାଣିରେ ଫୁଟାଇ ଥଣ୍ଡା କରି ଗାଧାନ୍ତୁ।ଏହା ବ୍ୟାକ୍ଟେରିଆ ନଷ୍ଟ କରିବା ସହ ଚର୍ମ ସମସ୍ୟା ହ୍ରାସ କରେ
।ଦୁର୍ଗନ୍ଧ ଦୂର କରେ।
ଆରୋମା ତେଲ (Body Oil)
ବାଥ ଟବ୍ କିମ୍ବା ପାଣିରେ କିଛି ବୁନ୍ଦା ସୁଗନ୍ଧିତ ତେଲ ମିଶାଇ ଗାଧାନ୍ତୁ।ଶରୀରକୁ ଶାନ୍ତ କରେ।ମାନସିକ ଚାପ ହ୍ରାସ କରେ।ଦିନସାରା ଭଲ ସୁଗନ୍ଧ ରଖିଥାଏ।
ଯଦି ଆପଣ ଏହି ସରଳ ଘରୋଇ ଉପାୟଗୁଡ଼ିକୁ ନିୟମିତ ଅନୁସରଣ କରିବେ, ତେବେ ଖରାଦିନେ ମଧ୍ୟ ଦେହର ଝାଳ ଦୁର୍ଗନ୍ଧରୁ ମୁକ୍ତ ରହିପାରିବେ। ଆପଣ ଫୁଲ ପରି ସୁଗନ୍ଧିତ ଓ ସତେଜ ଅନୁଭବ କରିବେ।