ସାୟର ୱାସିମ ବରେଲଭିଙ୍କ କାର ଦୁର୍ଘଟଣା ଗ୍ରସ୍ତ

0

ଦିଲ୍ଲୀ: ଦେଶର ଜଣାଶୁଣା ସାୟର ୱାସିମ ବରେଲଭି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଉତ୍ତରପ୍ରଦେଶର ହାପୁର ନିକଟ ଜାତୀୟ ରାଜପଥରେ ୱାସିମ ବରେଲଭିଙ୍କ କାର୍‌ ଏକ ଡମ୍ଫରରେ ପିଟି ହୋଇ ଯାଇଛି । ଏହି ଦୁର୍ଘଟଣାରୁ ୮୨ ବର୍ଷୀୟ ବରେଲଭି ବର୍ତ୍ତି ଯାଇଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।

ୱାସିମ ବରେଲଭିଙ୍କୁ ଦିଲ୍ଲୀସ୍ଥିତ ବିଏଲ୍‌କେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ବାମ ହାତ ଓ କାନ୍ଧରେ ଆଘାତ ଲାଗିଥିବା ଏକ୍ସ-ରେ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ ସେ ଏବେ ବିପଦମୁକ୍ତ ଥିବା ବେଳେ ଖୁବ୍‌ଶୀଘ୍ର ଡିସଚାର୍ଜ ହେବେ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.