ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ଭୋର ୪ଟାରୁ ପହଣ୍ଡି
ପୁରୀ(ଆମ ଟିଭି): ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀମନ୍ଦିର ବିଧି ମୁତାବକ ଜୁନ୍ ୧୪ରେ ଶ୍ରୀଜିଉମାନେ ମହାସ୍ନାନ କରିବେ । ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ଶ୍ରୀଜିଉଙ୍କ ପହଣ୍ଡି କରାଯିବ । ତେବେ ସବୁଠୁ ବଡ଼ କଥା ହେଉଛି ଭୋର ୪ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ଆରମ୍ଭ ହେବ ଏବଂ ୬ଟାରେ ଶେଷ ହେବ । ସକାଳ ୯ଟା୩୦ରୁ ୧୧ଟା୩୦ ମଧ୍ୟରେ ଜଳ ବିଜେ ଓ ପୂଜା କରାଯିବ । ସେହିପରି ୧୨ଟା ୧୫ରେ ଛେରା ପହଁରା ଏବଂ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ହାତୀ ବେଶ ସରିବ । ସ୍ନାନମଣ୍ଡପରେ ୩ ଘଣ୍ଟା ଧରି ମହାପ୍ରଭୁଙ୍କୁ ଦର୍ଶନ ସୁଯୋଗ ମିଳିବ । ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି ଭକ୍ତ । ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ କରିପାରିବେ । ରାତି ୧୦ଟାରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ ଏବଂ ରାତି ୧ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।