ସୁନ୍ଦରଗଡ଼ରେ ଚିନ୍ତା ବଢାଇଲାଣି ସ୍କ୍ରବ୍ ଟାଇଫସ୍: ଆଉ ୩ ପଜିଟିଭ୍ ଚିହ୍ନଟ

0

ସୁନ୍ଦରଗଡ଼(ଆମ ଟିଭି): ରାଜ୍ୟରେ ସ୍କ୍ରବ୍ ଟାଇଫସକୁ ନେଇ ଚିନ୍ତା ବଢିବାରେ ଲାଗିଛି । ବିଶେଷକରି ସୁନ୍ଦରଗଡ଼ରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳୁଛି । ଏହାରି ଭିତରେ ଜିଲ୍ଲାରେ ଆଉ ୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ମଧ୍ୟରୁ ୩ଟି ନମୁନା ପଜିଟିଭ୍ ଆସିଛି । ଏହା ସହ ଜିଲ୍ଲା ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୧୮୩ରେ ପହଞ୍ଚିଛି ।

ସେହିପରି ଶନିବାର ହୋଇଥିବା ନମୁନା ପରୀକ୍ଷାରେ ୧୧ ଜଣ ପପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାରି ଭିତରେ ଜଣେ ରୋଗୀଙ୍କ ଜୀବନ ନେଇଛି ଏହି ସ୍କ୍ରବ୍ ଟାଇଫସ୍ । ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ କହିଛନ୍ତି ହସ୍ପିଟାଲରେ ପର୍ୟ୍ୟାପ୍ତ ଔଷଧ ମହଜୁଦ ରଖାଯାଇଛି । ଏହା ସହ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି ।

Leave A Reply

Your email address will not be published.