କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଲଢିବ ଏସଡିପିଆଇ

0

କର୍ଣ୍ଣାଟକ (ଆମ ଟିଭି): ବିଧାନସଭା ନିର୍ବାଚନ ଲଢିବ ଏସଡିପିଆଇ । ଆଗାମୀ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକରେ ଏସଡିପିଆଇ ଭାଗନେବାକୁ ଘୋଷଣା କରିଛି । ତେବେ ଏହାକୁ ସାମ୍ପ୍ରଦାୟିକତାର ରଙ୍ଗ ଦେବାକୁ ନେଇ ବିବାଦ ଦେଖାଦେଇଛି । ଏସଡିପିଆଇ ଘୋଷଣା କରିଛି ଯେ ଦଳ ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସର୍ବନିମ୍ନ ୧୦୦ ସିଟରେ ନିର୍ବାଚନ ଲଢିବ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ଘୋଷଣା କରିଛନ୍ତି । ତେବେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ଆସନରେ ବସିଥିବା କଂଗ୍ରେସ ପାଇଁ ଏହା ଚିନ୍ତାର ବିଷୟ ।

ଏସଡିପିଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏମ କେ ଫୌଜି ଶନିବାର ଘୋଷଣା କରିଥିଲେ ଯେ, ରାଜ୍ୟରେ ମୁଖ୍ୟ ବିରୋଧୀ କଂଗ୍ରେସ ପାଇଁ ଦୁଃଖର ବିଷୟ ଯେ ରାଜ୍ୟରେ ଥିବା ମୁସଲିମ ଭୋଟର ଭାଗବଣ୍ଟା ହୋଇଯିବ ।

Leave A Reply

Your email address will not be published.