୨୦ ଜୁଲାଇରୁ ସଂସଦ ମୌସୁମୀ ଅଧିବେଶନ

0

ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବ। ଉଭୟ ଲୋକସଭା ଓ ରାଜ୍ୟସଭାର ଗୃହ କାର୍ଯ୍ୟ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ଯାଏ ଚାଲିବ। ଏନେଇ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ସେ ସବୁ ଦଳଗୁଡ଼ିକୁ ଗଠନମୂଳକ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, “ସଂସଦର ମୌସୁମୀ ଅଧିବେଶ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ଯାଏ ଚାଲିବ। ସମସ୍ତ ଦଳଗୁଡ଼ିକୁ ଅନୁରୋଧ ଯେ ସେମାନେ ଏହି ଅଧିବେଶନରେ ଗଠନମୂଳକ ଆଲୋଚନା କରିବେ। ବିଭିନ୍ନ ବିଲ୍‌ ଉପରେ ମଧ୍ୟ ସେମାନେ ଆଲୋଚନା କରନ୍ତୁ।” ୨୩ ଦିନ ଧରି ଚାଲିବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ୧୭ଟି କାର୍ଯୟ ଦିବସ ରହିବ।

ଏଥର ସଂସଦର ମୌସୁମୀ ଅଧିବେଶ ବେଶ ସରଗରମ ରହିବ। କାରଣ ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ଉଦ୍ୟମ କରୁଛନ୍ତି। ତେଣୁ ସେମାନେ ଏକାଠି ହୋଇ ସରକାରଙ୍କୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଘେରିବାକୁ ଚେଷ୍ଟା କରିବେ। ସେହିପରି ସରକାର ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋଡ୍‌ ବିଲ୍‌ ଆଣି ପାରନ୍ତି। ଏହାକୁ ନେଇ ମଧ୍ୟ ବଡ଼ ବିତର୍କ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.