କଂଗ୍ରେସ ଆପ ମଧ୍ୟରେ ସିଟ ହୋଇପାରୁନି ସିଟ ଶେୟାରିଂ

0

ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ଆପ୍‌ ମଧ୍ୟରେ ହେବାକୁ ଥିବା ମେଣ୍ଟ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଦୁଇ ଦଳ ବିଜେପିକୁ ହରାଇବା ପାଇଁ ଏକାଠି ଲଢ଼ିବାକୁ ଚାହୁଁଥିଲେ। ହେଲେ ଉଭୟ ଦଳ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଛିଡ଼ି ପାରୁ ନାହିଁ।

ହରିୟାଣାର ଅଧିକାଂଶ କଂଗ୍ରେସ ନେତା ଆପ୍‌କୁ ଅଧିକ ଆସନ ଦେବା ସପକ୍ଷରେ ନାହାନ୍ତି। ସେହିପରି ଆପ ଚାହୁଁଥିବା କିଛି ଆସନରେ ମଧ୍ୟ କଂଗ୍ରେସ ହେଭିୱେଟଙ୍କ ନଜର ରହିଛି। ଫଳରେ ଦୁଇ ଦଳ ମଧ୍ୟରେ ଏବେ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି।

ଆପ୍‌ ସୂତ୍ରରୁ ଜଣାପଡ଼ିଛି ଯେ କଂଗ୍ରେସ ଯଦି ବର୍ତ୍ତମାନର ସିଟ ଶେୟାରିଂ ଫର୍ମୁଲାକୁ ଲାଗୁ କରିବା ଜିଦରେ ରହିବ, ତା’ହେଲେ ଅକ୍ଟୋବର ୫ ହରିୟାଣାର ବିଧାନସଭା ନିର୍ବାଚନ ପାଇଁ କୌଣସି ପ୍ରକାରର ମେଣ୍ଟ ହେବନାହିଁ। ଯଦି କଂଗ୍ରେସ ଅଧିକ ସିଟ୍‌ ଆପ୍‌କୁ ଦେବାକୁ ରାଜି ହେବ ନାହିଁ, ତା’ହେଲେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏକାକୀ ହରିୟାଣାର ୫୦ଟି ସ୍ଥାନରେ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି।

ଉଭୟ ଆପ୍‌ ଓ କଂଗ୍ରେସ ଇଣ୍ଡିଆ ମେଣ୍ଟର ସଦସ୍ୟ। ହରିୟାଣା ଲୋକସଭା ନିର୍ବାଚନ ବେଳେ ଆପ ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ିଥିଲେ। ତେଣୁ ଉଭୟ ଏକାଠି ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଥିଲା। କିନ୍ତୁ ଏବେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ଉଭୟ ଦଳ ମଧ୍ୟରେ ତିକ୍ତତା ଦେବାକୁ ମିଳିଛି।

କୁହାଯାଉଛି ଯେ ରବିବାର ଆପ୍‌ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ। ଏହାପୂର୍ବରୁ ଦଳଶେଷ ଥର ପାଇଁ କଂଗ୍ରେସ ସହ ଆଲୋଚନା କରିବ।

 

Leave A Reply

Your email address will not be published.